Headlines Odisha Tv

An Odia News Portal

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍‌ଲଟ୍‌ଙ୍କ ବଡ଼ଭାଇଙ୍କ ଘରେ ‘ସିବିଆଇ’ ଚଢ଼ାଉ

ନୂଆଦିଲ୍ଲୀ: ୨୦୦୭ ସାର ଦୁର୍ନୀତି ମାମଲାରେ ଆଜି ସକାଳେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍‌ଲଟ୍‌ଙ୍କ ବଡ଼ଭାଇ ଅଗ୍ରସେନ ଗେହ୍‌ଲଟ୍‌ଙ୍କ ଯୋଧପୁରସ୍ଥିତ ବାସଭବନ ଏବଂ ବ୍ୟବସାୟ କାର୍ଯ୍ୟାଳୟରେ ‘ସିବିଆଇ’ ଚଢ଼ାଉ କରି ଖାନ୍‌ତଲାସ ଚଳାଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ଦିଲ୍ଲୀରୁ ଯାଇଥିବା ସିବିଆଇର ଗୋଟିଏ ଟିମ୍‌ ଆଜି ସକାଳ ୭.୩୦-୮ଟା ମଧ୍ୟରେ ଅଗ୍ରସେନଙ୍କ ଘରେ ଏବଂ ଆଉ ଗୋଟିଏ ଟିମ୍‌ ତାଙ୍କ ଦୋକାନରେ ପହଞ୍ଚିଥିଲେ। ସାର ରପ୍ତାନି ମାମଲାରେ ଦୁର୍ନୀତି କରିଥିବା ଅଭିଯୋଗରେ ମଧ୍ୟ ଅଗ୍ରସେନ୍‌ ଗେହ୍‌ଲଟ୍‌ ପ୍ରବର୍ତ୍ତନ ନିର୍ଦେଶାଳୟ ଦୃଷ୍ଟିରେ ଅଛନ୍ତି। ପ୍ରବର୍ତ୍ତନ ନିର୍ଦେଶାଳୟ ଅଭିଯୋଗ କରିଛି ଯେ, ୨୦୦୭ ଏବଂ ୨୦୦୯ରେ ବେଆଇନ ଭାବେ ବିପୁଳ ପରିମାଣର ସାର ରପ୍ତାନି ହୋଇଥିଲା।