ଭୁବନେଶ୍ବର, ଅଗଷ୍ଟ ୧୨ ଜନଗହଣିପୁର୍ଣ୍ଣ ରାଜଧାନୀରେ ଜଣେ ଯୁବତୀଙ୍କ ଉପରକୁ ଏସିଡ ମାଡ ହୋଇଛି । ଏହି ଘଟଣା ଘଟିଛି ଖୋଦ୍ ଭୁବନେଶ୍ୱର ଧଉଳି ଥାନା ବାଲିଆପଡା ଗାଁରେ । ଏସିଡ ମାଡ ହୋଇଥିବା ଯୁବତୀଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ସଙ୍ଗେ ସଙ୍ଗେ କ୍ୟାପିଟାଲ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା ହେଲେ ସେଠାରେ ତାଙ୍କର ସଙ୍ଗିନ୍ ଅବସ୍ଥା ହେବାରୁ ପରେ କଟକ ସ୍ଥାନାନ୍ତର କରାଯାଇଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ଯୁବକଜଣକ ଫେରାର ହୋଇଯାଇଥିବା ବେଳେ ଏସିଡ ମାଡ଼ର କାରଣ ଜଣାପଡ଼ିନି । ପୋଲିସ୍ ର ଖୋଳତାଡ଼ ପରେ ଯାହା ସାମ୍ୟକ ସୁଚନା ମିଳିଛି ଉଭୟେ କୋର୍ଟ ମ୍ୟାରେଜ କରିଥିଲେ ପରେ ସମ୍ପର୍କରେ ମତାନ୍ତର ଆସିବାରୁ ଏଭଳି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ତେବେ ସଠିକ୍ ସୁଚନା ବର୍ତ୍ତମାନ ଯାଏଁ ମିଳିପାରି ନାହିଁ । ଯାହାଫଳରେ ଘଟଣାସ୍ଥଳରେ ଧଉଳି ଥାନା ପୁଲିସ୍ ତଦନ୍ତ ଜାରି ରଖିଛି
More Stories
ପୋଲିସ ଓ ଅବକାରୀ ବିଭାଗ ମିଳିତରେ ୨୪ ଶହରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ*
ଭତ୍ତା ଟଙ୍କା ଆଣିବାକୁ ଯାଇ ମୃତ୍ୟୁ ବରଣ କଲେ ବୃଦ୍ଧା*