Headlines Odisha Tv

An Odia News Portal

ମେଘାଳୟରୁ ଅପହରଣ, ସୋରରୁ ମହିଳା ଏବଂ ଶିଶୁ ଉଦ୍ଧାର 

ସୋର ୦୨।୦୫: ମେଘାଳୟରୁ ଅପହରଣ, ସୋରରୁ ଉଦ୍ଧାର । ମେଘାଳୟ ପୋଲିସ ସୋରର ବିଭିନ୍ନ ସ୍ଥାନରେ ଚଢାଉ କରି ଅପହୃତ ମହିଳା ଏବଂ ଶିଶୁକୁ ଉଦ୍ଧାର କରିଛନ୍ତି । ପୋଲିସ ଅଭିଯୁକ୍ତଙ୍କୁ ଗିରଫ ପରେ ବାଲେଶ୍ୱର କୋର୍ଟରେ ହାଜର କରି ମେଘାଳୟ ନେଇଯାଇଛି । ଖବର ଅନୁଯାୟୀ, ମେଘାଳୟ ଅମ୍ପାତି ପୋଲିସ ଦୁଇ ଦିନ ଧରି ସୋର ଓ ଖଇରା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରଥିଲା । ଜଣେ ମହିଳା ଏବଂ ଶିଶୁଙ୍କୁ ଅପହରଣ ମାମଲାରେ ଖଇରା ନଟାପଡ଼ା ଅଞ୍ଚଳର ଜଣେ ଯୁବକକୁ ଗିରଫ କରିବା ସହିତ ମହିଳା ଏବଂ ଶିଶୁକୁ ଉଦ୍ଧାର କରିଛି ପୋଲିସ । ଖଇରା ନଟାପଡା ଅଞ୍ଚଳର ଜୟୀରାମ ବିଶ୍ୱାଳଙ୍କୁ ଗିରଫ କରାଯାଇଛି । ସେ ମେଘାଳୟର ଅମ୍ପାତି ଥାନା ଅଞ୍ଚଳରେ କାମ କରୁଥିବା ବେଳେ ସେହି ଅଞ୍ଚଳର ଜଣେ ମହିଳାଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରେ ମହିଳା ଜଣଙ୍କ ତାଙ୍କ ଶିଶୁ କନ୍ୟାଙ୍କୁ ସାଥିରେ ନେଇ ଜୟୀରାମଙ୍କ ସହିତ ଓଡିଶା ପଳେଇ ଆସିଥିଲେ। ପରେ ମହିଳାଙ୍କ ସ୍ୱାମୀ ଅମ୍ପାତି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ଜୟୀରାମଙ୍କ ମୋବାଇଲ ନମ୍ବରକୁ ଟ୍ରାକିଙ୍ଗ କରିବାରୁ ଏହା ଓଡିଶାର ସୋର ଏବଂ ଖଇରା ଅଞ୍ଚଳର ବୋଲି ଜଣାପଡିଥିଲା।