Headlines Odisha Tv

An Odia News Portal

ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ

ଭୁବନେଶ୍ୱର, ଅକ୍ଟୋବର ୧୦ : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନେ ବଢିଲେ ଦିନେ କମୁଛି । ଆର୍ଥାତ ଆକ୍ରାନ୍ତଙ୍କ ସଂଖ୍ୟା ଉପର ତଳ ହେଉଛି । ସେହିପରି ଗତ ୨୪ ଘଣ୍ଟାରେ ୪୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ ଜଣଙ୍କ ମୁଣ୍ଡ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୫୪କୁ ବୃଦ୍ଧି ପାଇଛି ।  ତେବେ ଆଜି ୩ ଜିଲ୍ଲାରୁ ୬ ଜଣଙ୍କ ମୁଣ୍ଡ ନେଇଛି କରୋନା ମହାମାରୀ । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୨, କଟକରୁ ୨ ଓ କେନ୍ଦ୍ରାପଡା ଜିଲ୍ଲାରୁ ୨ ଜଣଙ୍କ ଜୀବନ ନେଇଛି କରୋନା ।  ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୧୦୩୨୧୪୪ ଜଣ କରୋନା ଆକ୍ରାନ୍ତ ଚିହନ୍ଟ ହୋଇଛନ୍ତି । ସେଥିମଧ୍ୟରୁ ୫୦୭୮ଟି ଆକ୍ଟିଭ୍ କେସ୍ ରହିଥିବାବେଳେ ୧୦୧୮୭୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।