କଟକ : ମା’ କଟକ ଚଣ୍ଡୀଙ୍କ ମନ୍ଦିର ପରିଦର୍ଶନ କଲେ 5T ସଚିବ । ମା’ଙ୍କ ଦର୍ଶନ କରିବା ସହ ମନ୍ଦିର ପ୍ରକଳ୍ପ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ଭି.କେ ପାଣ୍ଡିଆନ୍। ବର୍ଷାଜଳ ନିଷ୍କାସନ, ପାର୍କିଂ ସମସ୍ୟା ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ମନ୍ଦିର ବେଢା ଭିତରେ ଭିଡ଼ ସମସ୍ୟା, ସୌନ୍ଦର୍ଯ୍ୟକରଣ ନେଇ ମଧ୍ୟ ସମୀକ୍ଷା କରିଛନ୍ତି । ଆସନ୍ତା ସାତ ଦିନ ଭିତରେ ଏକ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି 5T ସଚିବ। ଏନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ସୂଚନା ଦେଇଛନ୍ତି। 5T ସଚିବଙ୍କ ସହ କଟକ ଜିଲ୍ଲାପାଳ, ସିଏମ୍ସି କମିଶନର ଓ କଟକ ଡିସିପି ଉପସ୍ଥିତ ଥିଲେ।
More Stories
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ
ଲଗାଣ ବର୍ଷାରେ ଭାଙ୍ଗିଲା ୧୫ରୁ ଅଧିକ ଘର,କ୍ଷତିଗ୍ରସ୍ତ ପରିବାରଙ୍କୁ ରନ୍ଧାଖାଦ୍ୟ ବଣ୍ଟନ