Headlines Odisha Tv

An Odia News Portal

ମଣିଷଙ୍କୁ ପଶୁ ଇଞ୍ଜେଇକ୍ସନ୍ ଦେବା ଘଟଣାରେ ଆକ୍ସନ, ମହୁଲଡିହା ଥାନା ଏଏସ୍‌ଆଇ ନିଲମ୍ବିତ

କରଞ୍ଜିଆ ୨୧।୦୪ : ମଣିଷଙ୍କୁ ପଶୁ ଇଞ୍ଜେଇକ୍ସନ୍ ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ଅଭିଯୋଗରେ ଏଏସଆଇ ନିଲମ୍ଵିତ। ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଏଏସଆଇ ପବିତ୍ର ମୋହନ ରାଉତଙ୍କୁ ନିଲମ୍ବନ କଲେ ଏସ୍‌ପି ରିଷୀକେଶ ଦ୍ୟନଦେଓ ଖିଲାରୀ । ଖବର ଅନୁଯାୟୀ, ଗତ ଶନିବାର ଦିନ ମହୁଲଡିହା ଗାଁର କିଛି ବ୍ୟକ୍ତି ବିଶ୍ଵନାଥ ବେହେରା ନାମକ ଜୈନେକ ନକଲି ଡାକ୍ତର ମଣିଷଙ୍କୁ ପଶୁ ଇଞ୍ଜେକ୍ସନ ଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ଥାନୀୟ ଲୋକେ ପଶୁ ଡାକ୍ତରଙ୍କୁ ମହୁଲଡିହା ଥାନା ଜିମା ଦେଇଥିଲେ। ସେହି ସମୟରେ କାର୍ଯ୍ୟରତ ଥିବା ଏଏସଆଇ ପବିତ୍ର ମୋହନ ରାଉତ ଏକ ରାଜିନାମା ଲେଖାଇ ନକଲି ଡାକ୍ତରକୁ ଛାଡି ଦେଇଥିଲେ। ଏହି ଘଟଣାରେ ଏବେ ମୟୂରଭଞ୍ଜ ଏସ୍‌ପି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ମହୁଲଡିହା ଥାନା ଏଏସଆଇ ପବିତ୍ର ମୋହନ ରାଉତଙ୍କୁ ନିଲମ୍ବନ କରାଯାଇଛି। ଏନେଇ କରଞ୍ଜିଆ ଏସଡିପିଓ ସୂଚନା ଦେଇଛନ୍ତି।