ଭୁବନେଶ୍ୱର ୨୪।୦୩ : ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବର ୫୩ ନଂ ୱାର୍ଡର ୫୪୪ ନମ୍ବର ବୁଥରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ୱାର୍ଡରେ ବିଜେଡି ପକ୍ଷରୁ ମହାମାୟା ସ୍ବାଇଁ କର୍ପୋରେଟର ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ବେଳେ ବିଜେପି ପକ୍ଷରୁ ନଳିନୀ ପ୍ରଭା ଖଟେଇ ଏବଂ କଂଗ୍ରେସ ପକ୍ଷରୁ ନିବାସୀ ଦେଈ ନିର୍ବାଚନ ଲଢୁଛନ୍ତି । ନବୀନ ନିବାସରୁ ଚାଲି ଚାଲି ବୁଥ୍ରେ ଯାଇ ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୂଚନାଯୋଗ୍ୟ ଯେ, ରାଜ୍ୟର ୪୭ଟି ମ୍ୟୁନିସପାଲଟି, ୫୯ଟି ଏନ୍ ଏସି ଏବଂ ୩ଟି ମହାନଗର ନିଗମ ପାଇଁ ହେବ ଭୋଟ୍ ଗ୍ରହଣ ଚାଲିଛି । କାଉନସିଲର/କର୍ପୋରେଟର ଏବଂ ପୌରାଧ୍ୟକ୍ଷ/ମେୟର ପଦବୀ ପାଇଁ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟିଂ ହେବ । ଚଳିତ ନିର୍ବାଚନ ମଇଦାନରେ ୬ହଜାର ୪୧୧ ଜଣ ପ୍ରାର୍ଥୀ ଥିବା ବେଳେ ମତଦାତା ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେବେ।
More Stories
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ
ଲଗାଣ ବର୍ଷାରେ ଭାଙ୍ଗିଲା ୧୫ରୁ ଅଧିକ ଘର,କ୍ଷତିଗ୍ରସ୍ତ ପରିବାରଙ୍କୁ ରନ୍ଧାଖାଦ୍ୟ ବଣ୍ଟନ