Headlines Odisha Tv

An Odia News Portal

ଭିଜିଲାନ୍ସ ହାତରେ ଧରାପଡିଲେ ବିଡିଓ

ସୁବର୍ଣ୍ଣପୁର, ଅଗଷ୍ଟ ୨୯ : ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଗାଡିରେ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି ବିଜେପୁର ବିଡିଓ ପଦ୍ମନାଭ ସାମନ୍ତ ।ସୂଚନା ଅନୂସାରେ ବିଜେପୁର ବିଡିଓ ପଦ୍ମନାଭ ସାମନ୍ତ ଏକ ଭଡା ଗାଡି ଯୋଗେ ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ନେଇ ଯାଉଥିବା ସମୟରେ ବିନିକା ବ୍ରିଜ୍ ନିକଟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ତେବେ ଏତେ ଟଙ୍କାର କୁଆଡେ ନେଇ ଯାଉଥିଲେ ଓ କେଉଁଠୁ ଆଣିଲେ ତାହାର ହିସାବ ଦେଇ ନପାରିବାରୁ ବିଡିଓଙ୍କୁ ଭିଜିଲାନ୍ସ ଟିମ୍ ଅଟକ ରଖିଥିବା ଜଣାପଡିଛି । ଗାଡି ସହିତ ପ୍ରାୟ ୩ ଲକ୍ଷ ୫୧ ହଜାର ୩ ଶହ ଟଙ୍କା ଭିଜିଲାନ୍ସ ଦ୍ୱାରା ଜବତ୍ କରାଯାଇଛି । ଏହାସହିତ ବିଡିଓ ପଦ୍ମନାଭ ସାମନ୍ତଙ୍କୁ ସବୁର୍ଣ୍ଣପୁର ଭିଜିଲାନ୍ସ ଅଫିସ୍ କୁ ନେଇ ଭିଜିଲାନ୍ସ୍ ଟିମ୍ ପଚରାଉଚରା କରୁଥିବା ସୂଚନା ମିଳିଛି