ନୂଆଦିଲ୍ଲୀ, ୨୯/୦୩: ମଙ୍ଗଳବାର ଭାରତ ବନ୍ଦର ଦ୍ବିତୀୟ ଦିନ । କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତିକୁ ବିରୋଧ କରି ୧୨ ଦଫା ଦାବିରେ ଦ୍ବିତୀୟ ଦିନରେ ଭାରତ ବନ୍ଦ ପାଳନ ଚାଲିଛି । ଟ୍ରେଡ୍ ୟୁନିୟନ ଏହି ବନ୍ଦ ଡାକରା ଦେଇଛି। ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ରାସ୍ତା ଅବରୋଧ କରିଛନ୍ତି ଆନ୍ଦୋଳନକାରୀ। ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ପଡିଛି । ବ୍ୟାଙ୍କ ସହ ବୀମା କମ୍ପାନୀ ଗୁଡିକ ବନ୍ଦ ରହିଥିବା ବେଳେ ପରିବହନ ସେବା ବାଧାପ୍ରାପ୍ତ ହୋଇଛି । କେନ୍ଦ୍ର ସରକାରଙ୍କ ଶ୍ରମିକ ଆଇନ ସଂଶୋଧନ, ଏଲଆଇସିରୁ ପୁଞ୍ଜି ପ୍ରତ୍ୟାହାର ଓ ଘରୋଇକରଣ ଯୋଜନା, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବିଭିନ୍ନ ସ୍ଥାନରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସୋମବାର ପରି ମଙ୍ଗଳବାର ମଧ୍ୟ ଏନଏଚ ଅବରୋଧ କରାଯିବ ବୋଲି ଟ୍ରେଡ୍ ୟୁନିୟନ ପକ୍ଷରୁ କୁହାଯାଇଛି । ଏହି ଧର୍ମଘଟରେ ଓଡ଼ିଶା ପରିବହନ ସଂଘ ସାମିଲ ହୋଇନଥିବାରୁ ରାଜ୍ୟରେ ବସ୍ ଚଳାଚଳ ସ୍ବାଭାବିକ ରହିଛି ।
More Stories
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ
ଲଗାଣ ବର୍ଷାରେ ଭାଙ୍ଗିଲା ୧୫ରୁ ଅଧିକ ଘର,କ୍ଷତିଗ୍ରସ୍ତ ପରିବାରଙ୍କୁ ରନ୍ଧାଖାଦ୍ୟ ବଣ୍ଟନ