Headlines Odisha Tv

An Odia News Portal

ଭାରତକୁ ପ୍ରଶଂସା ନେଇ ଇମ୍ରାନ୍‌ଙ୍କ ଉପରେ ରାଗିଗଲେ ମରିୟମ୍‌

ଇସ୍‌ଲାମାବାଦ, ୦୯/୦୪: ଭାରତକୁ ପ୍ରଶଂସା କରିବାକୁ ନେଇ ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌ ନେତା ମରିୟମ୍‌ ନୱାଜ ସରିଫ୍‌ ସିଧା ସଳଖ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌କୁ ଟାର୍ଗେଟ୍‌ କରିଛନ୍ତି । ମରିୟମ୍‌ ଏନେଇ କହିଛନ୍ତି, ଆସନ ବଞ୍ଚାଇବା ପାଇଁ ପାଗଳ ହେଉଥିବା ଏହି ବ୍ୟକ୍ତିଙ୍କୁ ଜଣାଇଦେବା ଉଚିତ୍ କି ତାଙ୍କୁ ଆଉ କେହି ନୁହେଁ ତାଙ୍କ ଦଳ ହିଁ ତାଙ୍କୁ ବାହରକୁ ରାସ୍ତା ଦେଖାଇଛି । ଯଦି ଆପଣ ଭାରତକୁ ଏତେ ପସନ୍ଦ କରୁଛନ୍ତି ତେବେ ପାକିସ୍ତନ ଛାଡ଼ି ଭାରତକୁ ପଳାନ୍ତୁ ବୋଲି କହିଛନ୍ତି ମରିୟମ୍‌ । ସୂଚନା ଥାଉକି, ପାକିସ୍ତାନରେ ଯେବେଠାରୁ ବପକ୍ଷ ଦଳ ଇମ୍ରାନ୍‌ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ସେବେଠାରୁ ଇମ୍ରାନ୍‌ ଭାରତର ବୈଦେଶିକ ନୀତିକୁ ନେଇ ପ୍ରଶଂସା କରିବାରେ ଲାଗିଛନ୍ତି । ଶୁକ୍ରବାର ପାକିସ୍ତାନବାସୀଙ୍କୁ ସମ୍ୱୋଧନ କରି ଇମ୍ରାନ୍‌ ଭାରତର ଭୂରି ଭୂରି ପ୍ରଂଶସା କରିଥିଲେ । ଦେଶକୁ ଇମ୍ରାନଙ୍କ ସମ୍ୱୋଧନ ପରେ ମରିୟମ ତାଙ୍କୁ ଟାର୍ଗେଟ କରିଛନ୍ତି । ମରିୟମ ଟ୍ୱିଟ୍ କରି କହିଛନ୍ତି, ପ୍ରଥମ ଥର ମୁଁ କାହକୁ ଦେଖୁଛି ଯେ ଏହିପରି ଆସନ ପାଇଁ ଜଣେ କାନ୍ଦୁଛନ୍ତି  । ସେ ଏଥିପାଇଁ କାନ୍ଦୁଛନ୍ତି ଯେ ମୋ ପାଇଁ କେହି ବାହାରକୁ ଆସୁ ନାହାଁନ୍ତି। ଅନ୍ୟପଟେ ମରିୟମ ପୁଣି କହିଛନ୍ତି, ଯେଉଁମାନେ ଭାରତକୁ ଏତେ ପ୍ରଶଂସା କରୁଛନ୍ତି, ସେମାନେ ଜାଣିବା ଉଚିତ ଯେ ଭାରତର ବିଭିନ୍ନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ୨୭ ଟି ଅବିଶ୍ୱାସ ପ୍ରସ୍ତାବ ଆସିଥିବା ରେକର୍ଡ ରହିଛି । କିନ୍ତୁ ସମ୍ବିଧାନ, ଗଣତନ୍ତ୍ର ଏବଂ ନୈତିକତା ସହିତ କେହି ଖେଳିନାହାଁନ୍ତି । ବାଜପେୟୀ ଗୋଟିଏ ଭୋଟରେ ହାରି ଘରକୁ ଯାଇଥିଲେ। କିନ୍ତୁ ସେମାନେ ତୁମ ପରି ଦେଶ, ସମ୍ବିଧାନ ଏବଂ ରାଷ୍ଟ୍ରକୁ ବନ୍ଧକ କରିନଥିଲେ।