ଆସିକା, ଅଗଷ୍ଟ ୦୯ : ମଦ ପାଇଁ ରକ୍ତ ସମ୍ପର୍କକୁ ଭୁଲି ଗଲା ପୁଅ । ମଦ ପିଇବା ପାଇଁ ଟଙ୍କା ନଦେବାରୁ ବାପାଙ୍କୁ ଛୁରୂ ଭୁସି ହତ୍ୟା କଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ମହାଛାଇ ଗାଁରେ । ମୃତକ ହେଉଛନ୍ତି କରୁଣାକର ସାହୁ । ଘଟଣା ଘଟାଇ ହତଠାକାରୀ ପୁଅ ଫେରାର ହୋଇଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ରବିବାର ରାତିରେ କରୁଣାକରଙ୍କ ସାନପୁଅ ମଦ ପିଇବା ପାଇଁ ଟଙ୍କା ମଗିଥିଲା । ହେଲେ କରୁଣାକର ଟଙ୍କା ଦେବାକୁ ମନା କରିଥିଲେ । ଏଥିରେ ରାଗି ଯାଇ ସାନପୁଅ ତାଙ୍କୁ ଛୁରୀରେ ଆକ୍ରମଣ କରି ଫେରାର ହୋଇଯାଇଥିଲା । ସେପଟେ ପରିବାର ଲୋକେ ରକ୍ତାକ୍ତ ଅବସ୍ଥାରେ କରୁଣାକରଙ୍କୁ ହିଞ୍ଜିଳିକାଟୁ ଡାକ୍ତରଖାନାରେ ବର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତାଙକ୍ୁ ସେଠାରେ ମୃତ ଘୋଷଣା କରିଥିଲେ । ଅନ୍ୟପଟେ କବିସୂର୍ଯ୍ୟନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି ।
More Stories
ପୋଲିସ ଓ ଅବକାରୀ ବିଭାଗ ମିଳିତରେ ୨୪ ଶହରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ*
ଭତ୍ତା ଟଙ୍କା ଆଣିବାକୁ ଯାଇ ମୃତ୍ୟୁ ବରଣ କଲେ ବୃଦ୍ଧା*