Headlines Odisha Tv

An Odia News Portal

ବାଂଲାଦେଶରେ ପୁଣି ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା

ନୂଆଦିଲ୍ଲୀ ୧୮/୦୩: ବାଂଲାଦେଶରେ ପୁଣି ଅସୁରକ୍ଷିତ ହିନ୍ଦୁ ।  ଗୁରୁବାର ରାତିରେ ବାଂଲାଦେଶର ରାଜଧାନୀ ଢାକାରେ ଥିବା ଏକ ମନ୍ଦିରରେ ଭଙ୍ଗାରୁଜା ହୋଇଛି । କିଛି ଦୁର୍ବୃତ୍ତ ଇସ୍କନର ଏକ ମନ୍ଦିରକୁ  ଟାର୍ଗେଟ୍ କରିବା ସହ ଲୁଟ କରିଛନ୍ତି। ଘଟଣାରେ ଅନେକ ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡିଛି।ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗୁରୁବାର ରାତିରେ ହାଜି ସାଫିଲ୍ଲା ନାମକ ଜଣେ ବ୍ୟକ୍ତିଙ୍କ ନେତୃତ୍ୱରେ ୨୦୦ରୁ ଅଧିକ  ଦୁର୍ବୃତ୍ତ ଇସ୍କନର ରାଧାକାନ୍ତ ମନ୍ଦିର ଉପରେ ଆକ୍ରମଣ କରିଥିଲେ । ମନ୍ଦିରରେ ଭଙ୍ଗାରୁଜା କରିବାସହ ଲୁଟତରାଜ କରିଥିଲେ । ଏହି ଆକ୍ରମଣରେ ଅନେକ ହିନ୍ଦୁ ଆହତ ହୋଇଥିବା ଜଣାପଡିଛି।  ଗୁରୁବାର ସନ୍ଧ୍ୟା ୭ଟା ସମୟରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି ।ସୂଚନାଯୋଗ୍ୟ, ଏହା ବାଂଲାଦେଶର ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ନୂଆ ନୁହେଁ । ଗତ ବର୍ଷ ଦଶହରା ଓ ନବରାତ୍ରୀ ସମୟରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର କିଛି ବ୍ୟକ୍ତି ଦୁର୍ଗାଙ୍କ ପେଣ୍ଡାଲରେ ଭଙ୍ଗାରୁଜା କରିଥିଲେ । ପାଖରେ ଥିବା ଅନେକ ମନ୍ଦିର ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା । ଏହି ହିଂସାକାଣ୍ଡରେ ୨ ହିନ୍ଦୁଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ଭାରତ ଉଦବେଗ ପ୍ରକାଶ ମଧ୍ୟ କରିଥିଲା ।