Headlines Odisha Tv

An Odia News Portal

ବହୁ ଚର୍ଚ୍ଚିତ ନୟାଗଡ଼ ଚାନ୍ଦପୁର ହତ୍ୟା ମାମଲାରେ ୪ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ନୟାଗଡ, ଅକ୍ଟୋବର ୯ : ବହୁ ଚର୍ଚ୍ଚିତ ନୟାଗଡ ଚାନ୍ଦପୁର ଶାସ୍ତ୍ରୀନଗର ହତ୍ୟା ଘଟଣାରେ ରାୟ ଶୁଣାଇଛନ୍ତି ନୟାଗଡ଼ ଜିଲ୍ଲା ଦୌରାଜଜ୍ । ୨୦୧୪ ମସିହା ସେପ୍ଟେମ୍ବର ୬ ତାରିଖରେ ଏହି ଘଟଣା ପୁରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଡାକୟତି ପାଇଁ ଗୋଟିଏ ପରିବାରର ୪ ଜଣଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା । ଯାହା ପରେ ୨୦୧୬ ମସିହାରେ ଏହି ମାମଲାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିବା ପରେ ଆଜି ୪ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଜିଲ୍ଲା ଦୌରାଜଜ୍ । 

ଅଭିଯୁକ୍ତ ମାନେ ହେଲେ ଗଞ୍ଜାମ ଜିଲ୍ଲା କୋଦଳାର ଏ ରମେଶ, ଯେ ଜୟ କୃଷ୍ଣ, ଯେ ସନ୍ତୋଷ, ଏମ୍ କ୍ରିଷ୍ଣା । ଏମାନଙ୍କୁ ନୟାଗଡ଼ ଜିଲ୍ଲା ଜଜ୍ ଆଜୀବନ କାରାଦଣ୍ଡଦେଶ ଶୁଣାଇବା ସହ ଅତିରିକ୍ତ ୧୦ ବର୍ଷର ସଜା ଓ ୪୫ ହଜାର ଟଙ୍କା ଅର୍ଥ ରାଶିରେ ଦଣ୍ଡିତ କରିଛନ୍ତି ।