Headlines Odisha Tv

An Odia News Portal

ବଲିଉଡ୍‌ରେ ଡେବ୍ୟୁ କରିବେ ଶେହନାଜ୍‌ ଗିଲ୍‌

ମୁମ୍ବାଇ ୨୯।୦୪ :  ଅଭିନେତ୍ରୀ ଶେହନାଜ୍‌ ଗିଲ ଗତ କିଛି ଦିନ ହେବ ଖୁବ୍‌ ଚର୍ଚ୍ଚାରେ ରହି ଆସିଛନ୍ତି। ସଲମାନ ଖାନଙ୍କ ଶୋ’କୁ ଆସିବା ପରେ ସେ ଗୋଟିଏ ପରେ ଗୋଟିଏ ବଡ ସଫଳତା ହାସଲ କରିବାରେ ଲାଗିଛନ୍ତି । ତାଙ୍କ ଭାଗ୍ୟ ବଦଳିବାରେ ଲାଗଛି । ବର୍ତ୍ତମାନ ଏହି ସମୟରେ, ଆଉ ଏକ ବଡ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣି ଶେହନାଜ ଗିଲଙ୍କ ପ୍ରଶଂସକମାନେ ବହୁତ ଖୁସି ହେବେ। ସଲମାନ ଖାନ ଏବଂ ଶେହନାଜଙ୍କୁ ପୁଣି ଥରେ ଏକାଠି ଦେଖିବାକୁ ମିଳିବ । କିନ୍ତୁ ତାଙ୍କୁ ବିଗ୍ ବସ୍ କିମ୍ବା କୌଣସି  ଶୋ’ରେ ନୁହେଁ । ବରଂ ବଡ ପରଦାରେ। ଶେହନାଜଙ୍କୁ ଏକ ବଡ଼ ସୁଯୋଗ ମିଳିଛି। କୁହାଯାଉଛି ଯେ ଶେହନାଜଙ୍କ ହାତରେ ଏବେ ଏକ ବଡ ଫିଲ୍ମ ଅଛି।ଯେଉଁଥିପାଇଁ ସେ ଖୁବ୍‌ ଖୁସି ଅଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପଞ୍ଜାବ ଇଣ୍ଡଷ୍ଟ୍ରି ପରେ ବର୍ତ୍ତମାନ ଅଭିନେତ୍ରୀ ବଲିଉଡକୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସୁପରଷ୍ଟାର ସଲମାନ ଖାନଙ୍କ ସହ ନଜର ଆସିବେ । ମିଳିଥିବା ସୂଚନା ଅନୁଯାୟୀ, ଶେହନାଜଙ୍କୁ ‘କଭି ଇଦ୍ କଭି ଦିୱାଲୀ’ରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ସଲମାନ ଖାନ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବେଳେ ଆୟୁଷ ଶର୍ମାଙ୍କୁ ମଧ୍ୟ ଦେଖିବାକୁ ମିଳିବ। କୁହାଯାଉଛି ଯେ ଶେହନାଜଙ୍କୁ ଆୟୁଷଙ୍କ ବିପକ୍ଷରେ କାଷ୍ଟ କରାଯାଇଛି। ହେଲେ ବର୍ତ୍ତମାନ ସଲମାନ ଏବଂ ଶେହନାଜଙ୍କଠାରୁ କୌଣସି ଅଫିସିଆଲି ଘୋଷଣା କରାଯାଇ ନାହିଁ ।