Headlines Odisha Tv

An Odia News Portal

ବଦଳିବ ଯୁକ୍ତ ୨ ପରୀକ୍ଷା ଢାଞ୍ଚା

ଭୁବନେଶ୍ୱର, ଅଗଷ୍ଟ ୨୫ : ବଦଳିବ ଯୁକ୍ତ ୨ ପରୀକ୍ଷା ଢାଞ୍ଚା । ବର୍ଷକୁ ୨ଟି ଟର୍ମରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବ । ଏଥିସହ ଇଣ୍ଟରନାଲ ଆସେସମେଣ୍ଟ ମଧ୍ୟ କରାଯିବ । ଫଳରେ କରୋନା ମହାମାରୀ ସମୟରେ ପରୀକ୍ଷା ହୋଇ ନପାରିଲେ ବିକଳ୍ପ ମୂଲ୍ୟାୟନ ପଦ୍ଧତି ଆପଣାଇବାକୁ ସହଜ ହେବ ।  ସିବିଏସଇ, ବିଏସସି ଢାଞ୍ଚା ଅନୁକରଣ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଯୋଜନା ପ୍ରସ୍ତୁତି କରିଛି । ଏନେଇ ସିଏଚଏସଇ ଏକାଡେମିକ କମିଟି ବୈଠକ ମଧ୍ୟ ଡକାଯାଇଛି । ଯେଉଁଥିରେ ପରିଷଦର ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ସମେତ ଏସସିଇଆରଟି ନିର୍ଦ୍ଦେଶକ, କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିକାଶ ସିଲାବସ୍ କମିଟିର ଅଧ୍ୟକ୍ଷମାନେ ଯୋଗଦେବେ । ଏହି ବୈଠକରେ ପ୍ରାଥମିକ ରୂପରେଖ ପ୍ରସ୍ତୁତ ହେବ । ୨୦୨୧-୨୨ ଶିକ୍ଷାବର୍ଷ ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସିଲାବସର ରୂପରେଖ ପ୍ରସ୍ତୁତ ହୋଇପାରିନାହିଁ । ସମ୍ପୂର୍ଣ୍ଣ ସିଲାବସରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯିବ ନା ଗତବର୍ଷ ପରି ଏଥର ମଧ୍ୟ ୭୦ ପ୍ରତିଶତ ସିଲାବସ ଆଧାରରେ ପାଠପଢା ହେବ ସେନେଇ ମଧ୍ୟ ବୈଠକରେ ଆଲୋଚନା ହେବ । ଏହାସହିତ ସଦସ୍ୟମାନଙ୍କ ମତାମତ ଗ୍ରହଣ କରିବା ପରେ ସିଲାବସ୍ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।