ଭୁବନେଶ୍ୱର, ଅକ୍ଟୋବର ୧୧ : ରାଜଧାନୀରେ ବଢୁଥିବା ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କଲା ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟରେ ଚିହ୍ନଟ ହେଉଥିବା ଦୈନିକ ସଂକ୍ରମଣର ୪୦ ପ୍ରତିଶତ କେବଳ ଭୁବନେଶ୍ୱରରୁ ଆସୁଥିବା କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ସେ ଆହୁରୀ କହିଛନ୍ତି ଯେ, ପାର୍ବଣ ସମୟରେ ଗହଳି ନକରିବା ପାଇଁ ଆମେ ଲୋକମାନଙ୍କୁ ସଚେତନ କରାଇବା ସତ୍ୱେ ହାଟ ଓ ବଜାରେ ପ୍ରବଳ ଭିଡ ଦେଖିବାକି ମିଳୁଛି । ଏହା ଦ୍ୱାରା ପୁଣି ଥରେ ସଂକ୍ରମଣ ବଢିବାର ସମ୍ଭାବନା ଦେଖାଯାଉଛି । ଗତକାଲି ଭୁବନେଶ୍ୱରରେ ସଂକ୍ରମଣ ଉପର ମୁହାଁ ହୋଇଥିବାର ନଜିର ସାମ୍ନାକୁ ଆସିଛି ।
ମାତ୍ର ଏପରି ସ୍ଥିତିରେ ଲୋକମାନେ ସେଚତନ ହେଉନଥିବାରୁ ଆମେ କମିଶନରେଟ ପୋଲିସକୁ କଟକଣା ବଢାଇବା ପାଇଁ କହିଛୁ । କିପରି ଲୋକମାନେ ବାହାରେ ଗହଳି ନକରିବେ ଏବଂ ଭିଡକୁ ରୋକି ହେବ ସେନେଇ ପ୍ଲାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଆଜିଠୁ ଟ୍ୱିନ୍ ସିଟିରେ ନାଇଟ୍ କର୍ଫ୍ୟୁ ମଧ୍ୟ ଆରମ୍ଭ ହୋଇଯାଇଛି ।
More Stories
ପୋଲିସ ଓ ଅବକାରୀ ବିଭାଗ ମିଳିତରେ ୨୪ ଶହରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ*
ଭତ୍ତା ଟଙ୍କା ଆଣିବାକୁ ଯାଇ ମୃତ୍ୟୁ ବରଣ କଲେ ବୃଦ୍ଧା*