Headlines Odisha Tv

An Odia News Portal

ପୋଲିସ ଓ ଅବକାରୀ ବିଭାଗ ମିଳିତରେ ୨୪ ଶହରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ*

ପୋଲିସ ଓ ଅବକାରୀ ବିଭାଗ ମିଳିତରେ ୨୪ ଶହରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ
କୋରାପୁଟ : ୧୦/୧୧ (ହେ.ଓ.) ବେଆଇନ ଭାବେ ଲଗାଯାଇଥିବା ଗଞ୍ଜେଇ ଚାଷ ଉପରେ ଚଢ଼ାଉ କଲେ ନନ୍ଦପୁର ଅବକାରୀ ବିଭାଗ ଓ ମାଛକୁଣ୍ଡ ପୋଲିସ । ନନ୍ଦପୁର ଅବକାରୀ ବିଭାଗ ଓ ମାଛକୁଣ୍ଡ ପୋଲିସ ମିଳିତରେ ଆଜି ୨୦ ଏକର ଜମିରେ ପ୍ରାୟ ୨୪ ଶହରୁ ଉର୍ଦ୍ଧ ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଇଛି। କୌଣସି ସୂତ୍ରରୁ ଖବର ପାଇ କୋରାପୁଟ ଅତିରିକ୍ତ ଅବକାରୀ ଅଧୀକ୍ଷକଙ୍କ ତତ୍ତ୍ଵାବଧାନରେ ନନ୍ଦପୁର ଅବକାରୀ ନିରୀକ୍ଷକ ଅନ୍ନପୂର୍ଣ୍ଣା ରଥ, କୋରାପୁଟ ମୋବାଇଲ ୟୁନିଟ ଇନ୍ସପେକ୍ଟର ଚନ୍ଦ୍ର ଶେଖର ପଡ଼ିହାରୀ, ନନ୍ଦପୁର ଅବକାରୀ ବିଭାଗ ଭାରପ୍ରାପ୍ତ ଅଧିକାରୀ ଅଭୟ କୁମାର ନାୟକ, ପଟାଙ୍ଗି ଅବକାରୀ ବିଭାଗ ଭାରପ୍ରାପ୍ତ ଅଧିକାରୀ ନୀଳମଣି ଲାହାଜାଲ, କୋରାପୁଟ ଅବକାରୀ ବିଭାଗ ଭାରପ୍ରାପ୍ତ ଅଧିକାରୀ ସଞ୍ଜୟ କୁମାର କାଣ୍ଡୀ, ମାଛକୁଣ୍ଡ ପୋଲିସଶୁକ୍ରା ମାଢି ସମେତ ବିଭାଗୀୟ ଟିମ ମିଳିତ ଭାବେ ମାଛକୁଣ୍ଡ ଥାନା ଅଧୀନସ୍ଥ ଏନୁଙ୍ଗୁ, ଦହଣାପୁଟ ଓ ବାଙ୍ଗୁରିପୁଟ ନିକଟସ୍ଥ ଜଙ୍ଗଲ ମଧ୍ୟରେ ପ୍ରାୟ ୨୦ ଏକର ଜମିରେ ବେଆଇନ ଭାବେ ଲଗାଯାଇଥିବା ଗଞ୍ଜେଇ ଚାଷ ଉପରେ ଚଢ଼ାଉ କରିଥିବା ଜଣା ପଡ଼ିଛି । କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ କମଲେଶ ନାହାଁନ୍ତିଙ୍କ ଉପସ୍ଥିତିରେ ପ୍ରାୟ ୨୪ ଶହରୁ ଉର୍ଦ୍ଧ ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଇଥିବା ସୂଚନା ମିଳିଛି। ଅବକାରୀ ବିଭାଗ ତଥା ପୋଲିସ ବିଭାଗର ଏହିପରି ଦୁଃସାହସିକ କାର୍ଯ୍ୟ କଳାପ ଗଞ୍ଜେଇ ମାଫିଆ ମାନଙ୍କୁ ଛତ୍ର ଭଙ୍ଗ କରିବାକୁ ବାଧ୍ୟ କରିବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।