ସମ୍ବଲପୁର, ଅକ୍ଟୋବର ୮ : ପୁଣି ଜନନୀ ଯନ୍ତ୍ରଣା । ଚାଲି ଚାଲି ଗଲେ ପ୍ରସୂତି । ରାସ୍ତା କାମ ପାଇଁ ଅଟକିଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ନଆସିବାରୁ ୧ କିଲୋମିଟର ଚାଲିଲେ ଗର୍ଭବତୀ । ଏଭଳି ହୃଦୟବିଦାରକ ଘଟଣା ଘଟିଛି ଯୁମୁମୁରା ବ୍ଲକ ଝାଙ୍କରପାଲି ପଞ୍ଚାୟତ ବାବୁପାଲି ଗାଁର ଘଟଣା । ଭବାନୀପାଲି-ବାବୁପାଲି ରାସ୍ତାରେ ଠିକାଦାର ରାସ୍ତାକାମ କରୁଥିଲେ । ରାସ୍ତାରେ ବେପରୁଆ ଭାବେ ମିକ୍ସଚର ମେସିନ ତଥା ଗେଟି ରଖାଯାଇଥିଲା । ଫଳରେ ରାସ୍ତାରେ ଆମ୍ବୁଲାନ୍ସ ଯାଇପାରିଲାନି ।
ସୂଚନା ଅନୁସାରେ, ଜଣେ ଗର୍ଭବତୀଙ୍କ ପ୍ରସବ ସକାଶେ ଆଣିବା ପାଇଁ ୧୦୨ ଆମ୍ବୁଲାନ୍ସ ଯାଇଥିଲା । ହେଲେ ଭବାନୀପାଲି-ବାବୁପାଲି ରାସ୍ତାରେ ଠିକାଦାର ରାସ୍ତା କାମ କରିଥିଲେ । ମାତ୍ର ଠିକାଦାରଙ୍କ ଖାମଖିଆଲି ନୀତି ଯୋଗୁଁ ଏଭଳି ଘଟଣା ସାମ୍ନାକୁ ଆସିଛି । ଆମ୍ବୁଲାନ୍ସ ଅଟକି ରହିଥିବା ଭିଡିଓ ଡ୍ରାଇବର ସୁଟ କରିଥିଲେ ।
More Stories
ପୋଲିସ ଓ ଅବକାରୀ ବିଭାଗ ମିଳିତରେ ୨୪ ଶହରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ*
ଭତ୍ତା ଟଙ୍କା ଆଣିବାକୁ ଯାଇ ମୃତ୍ୟୁ ବରଣ କଲେ ବୃଦ୍ଧା*