Headlines Odisha Tv

An Odia News Portal

ପୁଜା ଛୁଟି ପରେ ଏକାଦଶ ଓ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ଜାରୀ ହେଲା ଏସଓପି

ଭୁବନେଶ୍ୱର, ଅକ୍ଟୋବର ୧୫ : ଏକାଦଶ ଓ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ଜାରୀ ହେଲା ଏସଓପି । ଏନେଇ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ଗାଇଡ଼ଲାଇନ୍ । ଦିନ ୧୦ଟାରୁ ସାଢେ ୧ ପର୍ଯ୍ୟନ୍ତ ଚାଲିବ ଏକାଦଶ କ୍ଲାସ୍ । ସେହିପରି ସକାଳ ୯ଟାରୁ ସାଢେ ୧୨ ପର୍ଯ୍ୟନ୍ତ ଚାଲିବ ଅଷ୍ଟମ କ୍ଲାସ୍ । ଅଷ୍ଟମ ପିଲାଙ୍କୁ ଦିଆଯିବନି ମଧ୍ୟାହ୍ନ ଭୋଜନ । ଫଳରେ ଏହି ଏସଓପି କୁ ପାଳନ କରି ଆସନ୍ତା ୨୧ ତାରିଖରୁ ଏକାଦଶ ଓ ୨୫ ରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ଘୋଷଣା ହୋଇଛି ।

କେବଳ ଏତିକି ନୁହେଁ ଏହା ମଧ୍ୟ କୁହାଯାଇଛି ଯେ ସ୍କୁଲ୍ ଖୋଲିଲେ ଅଫଲାଇନ୍ କ୍ଲାସ ସହ ଅନଲାଇନ୍ କ୍ଲାସ ମଧ୍ୟ ଚାଲିବ । ଅଭିଭାବକଙ୍କ ର ଅନୁମତି ନେଇ ପିଲାମାନେ କ୍ଲାସ୍ ରୁମ୍‌ରେ ପାଠପଢି ପାରିବେ ।