ବୋରିଗୁମ୍ମା ୧୭/୦୬: ବୋରିଗୁମ୍ମା ସ୍ଥିତ ମିଲସାହିରେ ଆଜି ସକାଳୁ ଏକ ଯୁବକର ଝୁଲନ୍ତା ମୃତେଦହ ଦେଖିବାକୁ ମିଳିଛି । ସକାଳୁ କିଛି ଲୋକେ ପ୍ରଥମେ ଯୁବକର ଝୁଲନ୍ତା ମୃତଦେହକୁ ଦେଖିଥିଲେ । ଛତୁଆ ଗୋଦାମ ନିକଟରେ ଥିବା ଏକ ଗଛରେ ଯୁବକର ମୃତଦେହଟି ଝୁଲୁଥିଲା । ଘଟଣାକୁ ନେଇ ସ୍ଥାନୀୟ ଲୋକେ ବୋରିଗୁମ୍ମା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ମୃତ ଯୁବକ ଜଣକ ନେତ୍ରା ନନ୍ଦ ଦାଶ୍ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ତାଙ୍କର ସ୍ତ୍ରୀ ରେଣୁକା ଦାଶ ଦୁଇ ପୁଅଙ୍କୁ ଧରି କାନ୍ଦୁଛନ୍ତି । ଯୁବକଟି ପାରିବାରିକ ଅଶାନ୍ତି କାରଣରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ପୋଲିସ ତଦନ୍ତ ପରେ ହିଁ ସବୁକିଛି ସ୍ପଷ୍ଟ ହେବ।
More Stories
ବ୍ରହ୍ମପୁର ହାବିଲଦାର ଓ କନେଷ୍ଟବଳ ସଂଘର ଶପଥ ସମାରୋହ**
ବୈପାରିଗୁଡ଼ା ବାଘଝୋଲା ଗ୍ରାମର ରାସ୍ତା ତଦାରଖ କରିବାକୁ ଯାଇ ଫସିଲେ ବିଡ଼ିଓ
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ