Headlines Odisha Tv

An Odia News Portal

ନିର୍ବାଚନ ପ୍ରଚାରରେ କମ୍ପୁଛି ପାଟକୁରା l କିଏ ପିନ୍ଧିବ ପାଟକୁରାର ବିଜୟର ମୁକୁଟ l

କେନ୍ଦ୍ରାପଡ଼ା -ନିର୍ବାଚନ ପ୍ରଚାରରେ କମ୍ପୁଛି ପାଟକୁରା l କିଏ ପିନ୍ଧିବ ପାଟକୁରାର ବିଜୟର ମୁକୁଟ l
ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରଚାର ମୈଦାନ ମଧ୍ୟ ସେତିକି ଉଷ୍ମ ହେବାରେ ଲାଗିଛି l ତିନି ପ୍ରମୁଖ ଦଳର ନେତା ଏବେ ଗାଁ ମୁହଁl ହୋଇଥିବା ବେଳେ ନିର୍ବାଚନ ପ୍ରଚାରେ କମ୍ପୁଛି ପାଟକୁରା l ତେବେ ବିଜେଡି ପ୍ରାଥି ଅରବିନ୍ଦଙ୍କୁ ପଛରେ ପକାଇ ଲୋକପ୍ରିୟତା ବଢ଼େଇ ଚାଲିଛନ୍ତି କଂଗ୍ରେସ ପ୍ରାଥି ରତିକାନ୍ତ କାନୁନଗୋ l ବିଜେପି ପ୍ରାଥି ତେଜେଶ୍ୱର ପରିଡାଙ୍କ ଦେଖା ମିଳୁନଥିବା ବେଳେ ଫାଇଦା ନେବାରେ ବେସ୍ତ ଉଭୟ ଦଳର ପ୍ରାଥି l ପାଟକୁରା ବିଧାନସଭା ଆସନରେ କଡା ଟ୍ରକର ଦେଉଛି କଂଗ୍ରେସ l ବିଜେଡି ବିଧାୟକ ପ୍ରାଥି ଅରବିନ୍ଦ ମହାପାତ୍ରଙ୍କ ବିପକ୍ଷରେ ଅଛନ୍ତି କଂଗ୍ରେସ ପ୍ରାଥି ରତିକାନ୍ତ କାନୁନଗୋ l ପ୍ରଚାରରେ କେହି କାହାଠୁ କମ୍ ନୁହନ୍ତି l ଉଭୟ ଦଳ ନିଜର ଲୋକସଭା ପ୍ରାଥିଙ୍କୁ ସାଙ୍ଗରେ ଧରି ପ୍ରଚାରରେ ସାମିଲୀ ହୋଇ ଭୋଟ ଭିକ୍ଷା କରିଥିବା ଦେଖିବାକୁ ମିଳୁଛି l ବିଜେଡି ପ୍ରାଥି ଅରବିନ୍ଦଙ୍କୁ ଠାରୁ କଂଗ୍ରେସ ପ୍ରାଥି ରତିକାନ୍ତଙ୍କ ଲୋକପ୍ରିୟତା ଅଧିକ ଦେଖିବାକୁ ମିଳୁଛି l ତେବେ ବିଜେଡି ପ୍ରତି ମୁହଁ ଫେରାଉଛନ୍ତି କି ଭୋଟର? ନାଁ ଅରବିନ୍ଦନଙ୍କୁ ଚାଁହୁ ନାହାନ୍ତି ପାଟକୁରା ବାସୀ ? l ଏବେ ବିଜେପି କୁ ଛାଡି ବିଜେଡି ଓ କଂଗ୍ରେସ ମଧ୍ୟରେ ଜମୁଛି ପାଟକୁରା ଫାଇଟ l କଂଗ୍ରେସ ଓ ବିଜେଡି ମଧ୍ୟରେ ଦେଖିବାକୁ ମିଳିଛି ପ୍ରତିଦୋନ୍ଦିତା l ବିଜେଡି ପ୍ରାଥି ଅରବିନ୍ଦଙ୍କୁ ଙ୍କୁ କଡ଼ା ଟକ୍ଟର ଦେଉଛି କଂଗ୍ରେସ l ପାଟକୁରେ ସାଂସଦ ପ୍ରାଥି ଅl ଶୁମାନ ଓ ସିଦ୍ଧାର୍ଥ ସ୍ୱରୂପ ଦାସ ଏକାଧିକବାର ସଭା ସମିତିରେ ଯୋଗ ଭୋଟ ଭିକ୍ଷା କରୁଥିବାର ଦେଖିବାକୁ ମିଳୁଛି l ଅରବିନ୍ଦ ଯୁଆଡେ ଗଲେ ଅଞ୍ଚଳର ମୁଖ୍ୟ ସମସ୍ୟା ଜଳ ସେଚନ ଓ ଜଳ ନିଷ୍କାସନ କଥା ଉଠଉଛନ୍ତି l ଆଉ ରତିକାନ୍ତଙ୍କ ହାତରେ ରହିଛି ବିକାଶର ଲମ୍ବା ତାଲିକା l ସେପଟେ ରତିକାନ୍ତଙ୍କ ଲୋକ ପ୍ରିୟତl ବଢୁଥିବା ବେଳେ ଅରବିନ୍ଦଙ୍କ ଲୋକ ପ୍ରିୟତା କମିବାର ଲାଗିଛି l