Headlines Odisha Tv

An Odia News Portal

ନବଦମ୍ପତିଙ୍କୁ ମିଳିଲା ୧ ଲିଟର ଲେଖାଏଁ ପେଟ୍ରୋଲ

ନୂଆଦିଲ୍ଲୀ ୦୯/୦୪:  ୧୭ ଦିନରେ ୧୪ ଥର ବଢ଼ିଲାଣି ପେଟ୍ରୋଲ ଦର। ତା ସହ ତାଳଦେଇ ଦରବୃଦ୍ଧଇ ଦେଶବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର। ସାଧାରଣ ଲୋକ ଏନେଇ କ୍ଷୁବ୍ଧ। ବର୍ଦ୍ଧିତ ତେଲ ଦର ସମସ୍ତଙ୍କ ଟେନ୍‌ସନ୍‌ ବଢାଇଛି। ଥେବେ ମହଙ୍ଗା ତେଲକୁ ନେଇ ରୋଚକ ଉଦାହରଣ। ବାହାଘରରେ ପେଟ୍ରୋଲ ଓ ଡିଜେଲ ଉପହାର। ତାମିଲନାଡୁର ଜଣେ ନବଦମ୍ପତିଙ୍କୁ  ଉପହାରରେ ୧ ଲିଟର ଲେଖାଏଁ ପେଟ୍ରୋଲ ଓ ଡିଜେଲ ମିଳିଛି।  ଏହି ଅଜବ ଉପହାର ପାଇ କେବଳ ନବଦମ୍ପତି ଆଶ୍ଚର୍ଯ୍ୟ ହୋଇନାହାନ୍ତି, ସ୍ଥାନୀୟ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ତାମିଲନାଡୁର ଚେଙ୍ଗଲପଟ୍ଟୁ ଜିଲ୍ଲାର ଚେୟୁରଠାରେ ଗିରିଶ କୁମାର ଓ କୀଥାନାଙ୍କର ବାହାଘର ହେଉଥିଲା। ଅତିଥିଙ୍କ ଗହଣରେ ନବଦମ୍ପତି। ଏହି ସମୟରେ ଅତିଥୀ ଦେଲେ ନବ ଦମ୍ପତିଙ୍କୁ ନିଆରା ଉପହାର। ଲିଟରେ ପେଟ୍ରୋଲ ଲିଟରେ ଡିଜେଲ୍। ତେଲ ଦର ତାମିଲନାଡୁରେ ୧୭ ଦିନରେ ୧୦ ଟଙ୍କା ରୁ ଅଧିକ ବଢିଛି। ଏଥିପାଇଁ ଜନ ଆକ୍ରୋଶ ବେଳେ ନବ ଦମ୍ପତିଙ୍କୁ ମହଙ୍ଗା ତେଲ ଉପହାର ମିଳିଛି। ଗିରିଶ ଓ କୀଥାନାଙ୍କ ବିବାହ ଭୋଜିକୁ ଆମନ୍ତ୍ରିତ ସେମାନଙ୍କର କିଛି ବନ୍ଧୁ ଦେଇଛନ୍ତି ଏହି ଉପହାର। ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ସମୟରେ ସେଗୁଡ଼ିକୁ ଉପହାର ସ୍ବରୂପ ପ୍ରଦାନ କରିବା ଘଟଣା ନୂଆ ନୁହେଁ । ପୂର୍ବରୁ ଅନେକ ଥର ପିଆଜ, ଟମାଟୋ, ରସୁଣ ଆଦିର ମୂଲ୍ୟ ବୃଦ୍ଧି ବିରୋଧରେ ପ୍ରଦର୍ଶନ କରିବାକୁ ଯାଇ କିଛି ଲୋକ ନବଦମ୍ପତିଙ୍କୁ ସେଗୁଡ଼ିକୁ ଉପହାର ସ୍ବରୂପ ପ୍ରଦାନ କରିଛନ୍ତି । ପୂର୍ବରୁ ମଧ୍ୟ ଅନେକ ଥର ବିଭିନ୍ନ ସମୟରେ ପେଟ୍ରୋଲ-ଡିଜେଲ ଉପହାର ନଜିର ଅଛି। ଓଡିଶାର ମଧ୍ୟ ବିଭିନ୍ନ ସ୍ଥାନରେ ପେଟ୍ରୋଲ ଦର ବୃଦ୍ଧଇ ହେବା ପରେ ବିବାହରେ ପେଟ୍ରୋଲ ଉପହାର ମିଳିଛି।