Headlines Odisha Tv

An Odia News Portal

ଧାମନଗର NACର ୬ଟି ବୁଥ୍ ରେ ଭୋଟ ଗଣତି

ଭଦ୍ରକ ୦୬/୦୪: ଧାମନଗର ଏନ୍ଏସିର ୬ଟି ବୁଥ୍ ରେ ଶାନ୍ତିଶୃଙ୍ଖଳାର ସହ ସାନି ମତଦାନ ଶେଷ ହୋଇଛି। ଏହି ବୁଥ୍ ମାନଙ୍କରେ ମୋଟ ଭୋଟର ୫୯୭୯ଜଣ ଥିବାବେଳେ ୪୪୦୭ଭୋଟର ସେମାନଙ୍କର ମତଦାନ କରିଛନ୍ତି । ଆଜି ଭୋଟ ଗଣତି ହେବ । ସକାଳ ୮ରୁ ଧାମନଗର ତହସିଲ ସମ୍ମୁଖସ୍ଥ କଲ୍ୟାଣ ମଣ୍ଡପରେ ଭୋଟ ଗଣତି ହେବ। ତେବେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଆଖିଆଗରେ ରଖି ଉକ୍ତ ଭୋଟ ଗଣତି କେନ୍ଦ୍ର ସମେତ ଧାମନଗର ଏନ୍ଏସି ଅଂଚଳରେ ୧୧ଟି ୱାର୍ଡ଼ରେ ମଙ୍ଗଳବାର ରାତି ୯ଟାରୁ ଗୁରୁବାର ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ। ୫ଜଣରୁ ଅଧିକା ଲୋକ ଏକତ୍ରିତ ହେବାକୁ ନିଷେଧ କରାଯିବା ସହ ୪ଚକିଆ ଘରୋଇ ଯାନବାହନ ଚଳାଚଳକୁ ମଧ୍ୟ ବାରଣ କରାଯାଇଛି। ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଆଖିଆଗରେ ରଖି ବିଜୟ ଶୋଭାଯାତ୍ରାକୁ ମଧ୍ୟ ନିଷେଧ କରାଯାଇଛି । ଏହି ସମୟରେ ମଧ୍ୟ କୌଣସି ସଭାସମିତି ଓ ଶୋଭାଯାତ୍ରା ଇତ୍ୟାଦି କରାଯାଇ ପାରିବ ନାହିଁ ବୋଲି ଉପଜିଲ୍ଲାପାଳ ମନୋଜ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ମଧ୍ୟ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଜନସାଧାରଣଙ୍କୁ ସୂଚନା ଦିଆଯାଇଛି।