Headlines Odisha Tv

An Odia News Portal

ଦେଶରେ ଆରମ୍ଭ ହୋଇସାରିଛି କରୋନାର ଚତୁର୍ଥ ଲହର

ନୂଆଦିଲ୍ଲୀ ୨୯/୦୪ : ଦେଶରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗଛି । ଏହା ମଧ୍ୟରେ ଅନେକ ରାଜ୍ୟ ମାସ୍କ ପିନ୍ଧିବା ନିୟମକୁ ପୁଣି ଥରେ ବାଧ୍ୟତାମୂଳକ କରିଛନ୍ତି । ଏହା ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ସର୍ଭେ ରିପାର୍ଟ ସାମ୍ନାକୁ ଆସିଛି। ସର୍ଭେ ରିପୋର୍ଟ ଅନୁସାରେ ପାଖାପାଖି ୩୪ ପ୍ରତିଶତ ଭାରତୀୟ ସ୍ୱୀକାର କରିଛନ୍ତି ଯେ ଦେଶରେ କରୋନାର ଚତୁର୍ଥ ଲହର ଏପ୍ରିଲ ମାସରୁ ଆରମ୍ଭ ହୋଇଛି। ଏଥିରୁ ସ୍ପଷ୍ଟ ହୋଇଛିଯେ ୩ଜଣରୁ ଜଣେ ଭାରତୀୟ କହିଛନ୍ତିଯେ ଚତୁର୍ଥ ଲହର ଆସି ସାରିଛି। ବାକି ୬୬ ପ୍ରତିଶତ ଲୋକ କହିଛନ୍ତି ଯେ ଏବେ ଚତୁର୍ଥ ଲହର ଆସିବା ପାଇଁ ସମୟ ଅଛି। ଏହାର ଅର୍ଥ ୩ ଜଣରୁ ୨ ଜଣ ଭାରତୀୟ କହିଛନ୍ତି ଏଥର କରୋନାର ଚତୁର୍ଥ ଲହର ଆସିପାରେ କିମ୍ୱା ନ ଆସିବି ପାରେ। ଆସନ୍ତୁ ଜାଣିବା କରୋନାର ଚତୁର୍ଥ ଲଲହରକୁ ନେଇ ଲୋକ କଣ କହୁଛନ୍ତି ।  କରୋନାର ଚତୁର୍ଥ ଲହରକୁ ନେଇ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଲୋକାଲ ସର୍କିଲ ଦ୍ୱାରା ଏହି ସର୍ଭେ କରା ଯାଇଥିଲା। ଏହି  ସର୍ଭେ ଅଧୀନରେ ଦେଶର ୩୪୧ଟି ଜିଲ୍ଲାର ମୋଟ ୩୬ ହଜାର ଲୋକଙ୍କ ପ୍ରତିକ୍ରିୟା ନିଆ ଯାଇଥିଲା। ଲୋକାଲ ସର୍କିଲର ସଂସ୍ଥାପକ ସଚିନ ତାପାରିଆ କହିଛନ୍ତି  “ଆମ ସର୍ଭେକ୍ଷଣରେ ୩ ଜଣରୁ ଜଣେ ଭାରତୀୟ ସ୍ୱୀକାର କରିଛନ୍ତିଯେ ଏପ୍ରିଲ ମାସରେ କରୋନାର ଚତୁର୍ଥ ଲହର ଆରମ୍ଭ ହୋଇଛି ଓ ତିନି ଜଣରୁ ଦୁଇ ଭାରତୀୟ ଏପରି ଭାବୁ ନାହାନ୍ତି’’ । ସେହିପରି ସର୍ଭେରେ ସାମିଲ ହୋଇଥିବା ୫୫ ପ୍ରତିଶତ ଲୋକ କହିଛନ୍ତି ସେମାନେ ଅଧିକ ଆସ୍ୱସ୍ଥ ଅଛନ୍ତି କାରଣ ଭାରତର ଚିକିତ୍ସା ବିଶେଷଜ୍ଞ ଚତୁର୍ଥ କୋଭିଡ ଲହର ସ୍ଥିତିରେ କୋଭିଡ ପରିସ୍ଥିତିକୁ ପ୍ରଭାବୀ ଢଙ୍ଗରେ ମୁକାବିଲା କରିବା ପାଇଁ ସକ୍ଷମ ହେବେ।  ଅନ୍ୟ ୨୯ ପ୍ରତିଶତ କହିଛନ୍ତି ସେମାନେ କିଛି ପରିମାଣରେ ଆସ୍ୱସ୍ଥ ଅଛନ୍ତି। ଅନ୍ୟ ୪ ପ୍ରତିଶତ ଲୋକ କହିଛନ୍ତି ଏହାର ସମ୍ଭାବନା ବହୁତ କମ ରହିଛି। ବାକି ଆଉ ଆଠ ପ୍ରତିଶତ ଲୋକ କହିଛନ୍ତି ସେମାନେ ସରକାରଙ୍କ ଉପରେ ଆଦୌ ବିଶ୍ୱାସ କରୁନାହାନ୍ତିଯେ  ସେ ଚତୁର୍ଥ ଲହରକୁ ଆୟତ୍ତ କରିପାରିବେ।