କୋରାପୁଟ ୨।୬: ଦିନିକିଆ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତରେ ଯିବେ ପୋଲିସ ଡିଜି ସୁନୀଲ ବଂଶଲ । ଗୁରୁବାର ଦିନ ୧୦ଟାରେ ସୁନାବେଡା ହାଲ୍ ହେଲିପ୍ୟାଡରେ ଅବତରଣ କରିବେ ଡିଜିପି । ସୁନାବେଡାରେ ମାଓ ଦମନ, ଆଇନଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିବେ । କୋରାପୁଟ ଏସପି, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି, ବିଏସଏଫ ଅଧିକାରୀଙ୍କ ସହ ଆଲୋଚନା କରିବେ । କୋରାପୁଟ ପରେ ମାଲକାନଗିରି ଜିଲ୍ଲା ଗସ୍ତରେ ଯିବେ ଡିଜି । ମାଓ ଦମନ ନେଇ ବିଏସଏଫ ଅଧିକାରୀଙ୍କ ସହ ଆଲୋଚନା କରିବେ । ଡିଜିପିଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ମଧ୍ୟ ଗସ୍ତ କରୁଥିବା ଜଣାପଡିଛି ।
More Stories
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ
ଲଗାଣ ବର୍ଷାରେ ଭାଙ୍ଗିଲା ୧୫ରୁ ଅଧିକ ଘର,କ୍ଷତିଗ୍ରସ୍ତ ପରିବାରଙ୍କୁ ରନ୍ଧାଖାଦ୍ୟ ବଣ୍ଟନ