Headlines Odisha Tv

An Odia News Portal

ଡ୍ରିମ୍‌ସ ହେବ ଏକକ ଘରୋଇ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର : କଟକସ୍ଥିତ ଡ୍ରିମ୍‌ସ କଲେଜକୁ ଏକକ ଘରୋଇ ବିଶ୍ବବିଦ୍ୟାଳୟରେ ପରିଣତ କରାଯିବ। ଉଚ୍ଚତର ବୃତ୍ତିଗତ ବୈଷୟିକ ଶିକ୍ଷାଦାନ ଭାବେ ଏହାକୁ ବିଶ୍ବବିଦ୍ୟାଳୟରେ ରୂପାନ୍ତରିତ କରିବା ନିମନ୍ତେ ଆଇନ ପ୍ରଣୟନ ଲାଗି ପ୍ରସ୍ତାବ ଆସିଛି। ଏହା ନିଜସ୍ବ ଅର୍ଥରେ ପରିଚାଳିତ ବହୁ ବିଭାଗୀୟ ଅନୁବନ୍ଧନ ପ୍ରଦାନ କରୁ ନ ଥିବା ଏକକ ବିଶ୍ବବିଦ୍ୟାଳୟ ହେବ। ରାଜ୍ୟ ସରକାରଙ୍କୁ କୌଣସି ଆର୍ଥିକ ସହାୟତା ରାଶି ଦାବି କରିବ ନାହିଁ। ଏହାଦ୍ବାରା ବୈଷୟିକ ଶିକ୍ଷା‌ କ୍ଷେତ୍ରରେ ବିଭିନ୍ନ ବିଷୟରେ ଶିକ୍ଷା ଓ ଗବେଷଣା ପରିସର ବୃଦ୍ଧି, ନୂଆ ପିଢ଼ିର ଯୁବଗୋଷ୍ଠୀ ବିଭିନ୍ନ ଶିଳ୍ପ ସଂସ୍ଥା ସଂସ୍ପର୍ଶରେ ଆସିବା ସହ ନିଯୁକ୍ତିଭିତ୍ତିକ ପାଠ୍ୟକ୍ରମ ପଢ଼ିବା ନିମନ୍ତେ ସୁଯୋଗ ପାଇପାରିବେ। ପ୍ରସ୍ତାବିତ ବିଶ୍ବବିଦ୍ୟାଳୟରେ ବିଭିନ୍ନ ବିଭାଗ ଖୋଲିବା ଦ୍ବାରା ରାଜ୍ୟରେ ବହୁବିଧ ଓ ଅନ୍ତଃ-ବିଭାଗୀୟ ପାଠ୍ୟକ୍ରମ ପ୍ରଚଳନ ହୋଇପାରିବ। ଏହି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍‌ ଅନୁ ମୋଦନ ଦେଇଛି। ଖୁବ୍ ଶୀଘ୍ର ସରକାର ଡ୍ରିମ୍‌ସ୍‌ ବିଶ୍ବବିଦ୍ୟାଳୟ, ଓଡ଼ିଶା ଅଧିନିୟମ, ୨୦୨୨ ପ୍ରସ୍ତୁତ କରିବେ।