Headlines Odisha Tv

An Odia News Portal

ଠକେଇ ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଇଡିରେ ହାଜର ହେଲେ ଅଭୟ ପାଠକ

ଭୁୁବନେଶ୍ୱର, ନଭେମ୍ବର ୨୫ : ପୁଣି ଥରେ ଇଡିରେ ହାଜର ହେଲେ ପୂର୍ବତନ ଆଇଏଫଏସ ଅଭୟ ପାଠକ । ଦ୍ୱିତୀୟ ଥର ପାଇଁ ଅଭୟ ପାଠକ ଇଡିରେ ହାଜର ହୋଇଛନ୍ତି । ତେବେ ଚାକିରୀ ଦେବା ନାଁରେ ଠକେଇ ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଅଭୟ ପାଠକ ହାଜର ହୋଇଛନ୍ତି । ସେହିପରି ପୂର୍ବରୁ ମଧ୍ୟ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଇଡିରେ ଜେରା କରିଥିଲେ । 

ସୂଚନା ଅନୁସାରେ, ଚାକିରି ଦେବା ନାଁରେ ଠକେଇ ଓ ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଆଇଏଫଏସ ଅଭୟ ପାଠକଙ୍କ ଘରେ ରେଡ୍ କରାଯାଇଥିଲା । ଚଢାଉରେ ଆଇଏଫଏସ ଅଭୟକାନ୍ତ ଅମାପ ସମ୍ପତ୍ତି ବିଷୟରେ ତଥ୍ୟ ଭିଜିଲାନ୍ସ ଟିମ୍ ପାଇଥିଲେ । ଭିଜିଲାନ୍ସରୁ ତଦନ୍ତ ଅନୁଯାୟୀ ଅଭୟଙ୍କ ସମ୍ପତ୍ତି ଆୟ ଠାରୁ ୪୩୫ ପ୍ରତିଶତ ଅଧିକ ରହିଛି ।  ତେବେ ଗିରଫ ହୋଅ ଜେଲରେ ଥିବା ଅଭୟ ପାଠକଙ୍କୁ ପରେ କୋର୍ଟ ସର୍ତ୍ତମୂଳକ ଜାମିନ ଦେଇଥିଲେ । ଏବେ ଚାକିରି ଦେବା ନାଁରେ ଠକେଇ ଏବଂ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଇଡି ଜେରା କରୁଛି ।