ଭଦ୍ରକ ୦୯।୧୧ : କାର୍ଯ୍ୟକ୍ଷମ ହେଲା ଟୋଲ ପ୍ଲାଜ । କିନ୍ତୁ ସ୍ଥାନୀୟ ବେକାର ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ଦେଲେ ନାହିଁ । ଯାହାକୁ ବିରୋଧ କରି ଶତାଧିକ ଗ୍ରାମବାସୀମାନଙ୍କ ପକ୍ଷରୁ ଗଣଧାରଣା । ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ନେଉଳିଆ ଠାରେ ୧୬ ନମ୍ବର ଜାତୀୟ ରାଜପଥରେ ଟୋଲ୍ ପ୍ଲାଜା କାର୍ଯ୍ୟକ୍ଷମ ହେଉଛି । କିନ୍ତୁ ଏହି ଟୋଲ ପ୍ଲାଜାରେ ସ୍ଥାନୀୟ ଶିକ୍ଷିତ ବେକାରଙ୍କୁ ନିଯୁକ୍ତି ଦିଆଯାଇନାହିଁ । ସ୍ଥାନୀୟ ବେକାରୀଙ୍କୁ ବାଦ୍ ଦେଇ କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନିର୍ଦ୍ଦେଶରେ ନିଯୁକ୍ତ ଦିଆଯାଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ବିରୋଧ କରି ଟୋଲ ପ୍ଲାଜା ସିଷ୍ଟମ ଅଫିସ ସମ୍ମୁଖରେ ସ୍ଥାନୀୟ ନେତା ବଦ୍ରି ଧଳଙ୍କ ନେତୃତ୍ୱରେ ଶହ ଶହ ଯୁବକ ଗଣଧାରଣାରେ ବସିଛନ୍ତି । ଦାବି ପୂରଣ ନହେବା ଯାଏଁ ଏମିତି ଗଣଧାରଣା ଚାଲୁ ରହିବ ବୋଲି ଆନ୍ଦୋଳନକାରୀ କହିଛନ୍ତି ।
More Stories
ପୋଲିସ ଓ ଅବକାରୀ ବିଭାଗ ମିଳିତରେ ୨୪ ଶହରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ*
ଭତ୍ତା ଟଙ୍କା ଆଣିବାକୁ ଯାଇ ମୃତ୍ୟୁ ବରଣ କଲେ ବୃଦ୍ଧା*