ନୂଆଦିଲ୍ଲୀ; ଭାରତୀୟ ଦଳ ଗୁରୁବାର ଜୁନ ୯ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ଖେଳିବ। ଏହି ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ରେ ବିଶ୍ଵ ରେକର୍ଡ ସ୍ଥାପନ ପାଇଁ ଭାରତୀୟ ଦଳ ନିକଟରେ ସୁଯୋଗ ରହିଛି। ଏହି ମୁକାବିଲା ଜିତିଲେ ଭାରତ ସର୍ବାଧିକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଜିତିବାର ରେକର୍ଡ କରିବ। ଏଥିପାଇଁ ଭାରତ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଜୁନ ୫ରେ ଭାରତୀୟ ଦଳର ଖେଳାଳି ଦିଲ୍ଲୀ ପହଞ୍ଚିଥିଲେ ଏବଂ ଜୁନ ୬ ସନ୍ଧ୍ୟାରେ ଅଭ୍ୟାସ୍ ସେସନରେ ସାମିଲ୍ ହୋଇଛନ୍ତି। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଅଧିନାୟକତ୍ଵ ସମ୍ଭାଳୁଥିବା କେଏଲ ରାହୁଲ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ ସହିତ ଆଲୋଚନା କରିଛନ୍ତି। ସମସ୍ତ ଖେଳାଳି ଆଇପିଏଲ ୨୦୨୨ର ଭାଗ ନେବା ପରେ ଏଠାରେ ପହଞ୍ଚିଛନ୍ତି।
More Stories
ପୋଲିସ ଓ ଅବକାରୀ ବିଭାଗ ମିଳିତରେ ୨୪ ଶହରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ*
ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ।