Headlines Odisha Tv

An Odia News Portal

ଚାଷୀଙ୍କ ଦାବି ସ୍ୱୀକାର କଲେ ପଂଜାବ ସରକାର

ନୂଆଦିଲ୍ଲୀ, ଅଗଷ୍ଟ ୨୫ : ପଂଜାବ ସରକାର ଆଖୁ ଚାଷୀଙ୍କ ଦାବିକୁ ସ୍ୱୀକାର କରିଛନ୍ତି । ଏଥି ସହିତ ପଂଜାବ ସରକାର ଆଖୁର କୁଇଣ୍ଟାଲ ପିଛା ଦର ବୃଦ୍ଧି କରିଛନ୍ତି । ଏଣିକି ଆଖୁ ଚାଷୀମାନେ କୁଇଣ୍ଟାଲ ପିଛା ୩୬୦ ଟଙ୍କା ପାଇବେ । ପଂଜାବର ଚାଷୀମାନେ ଆଖୁ କୁଇଣ୍ଟାଲ ପିଛା ଦର ବୃଦ୍ଧି ପାଇଁ ଆନ୍ଦୋଳନ କରିଥିଲେ । ସରକାର ନୂତନ ଦର ଘୋଷଣା କରିବା ପରେ ଚାଷୀମାନେ ନିଜର ଆନ୍ଦୋଳନକୁ ପ୍ରତ୍ୟାହାର କରିନେଇଛନ୍ତି । ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଚାଷୀଙ୍କ ସହିତ ବୈଠକ ପରେ ଆଖୁ ଦର ବୃଦ୍ଧି ନେଇ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ନିଜର ଟୁଇଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ, ମୁଁ ଚାଷୀଙ୍କ କଲ୍ୟାଣ ପାଇଁ, ସେମାନଙ୍କର ରକ୍ଷା ପାଇଁ ପ୍ରତିବଦ୍ଧ । ଆଗାମୀ ଦିନରେ ନିଜର ସକ୍ଷମତା ଦୃଷ୍ଟିରୁ ଯଥାସମ୍ଭବ ସେମାନଙ୍କର ସହଯୋଗ କରିବି । ଅନ୍ୟପଟରେ କିସାନ ମୋର୍ଚ୍ଚା ଏକତା ଟୁଇଟ କରି ନିଜର ଖୁସି ସେୟାର କରିଛି । ପଂଜାବ ଚାଷୀ ସଂଗଠନ ଏବଂ ଚାଷୀ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ଧନ୍ୟବାଦ । ସେ ଆଖୁ କୁଇଣ୍ଟାଲ ପିଛା ୩୧୦ ଟଙ୍କାରୁ ୩୬୦ ଟଙ୍କା ବୃଦ୍ଧି କରିଛନ୍ତି । ଏହା ଆମର ଚାଷୀଙ୍କ ପାଇଁ ବଡ଼ ବିଜୟ ।