Headlines Odisha Tv

An Odia News Portal

ଗୋ-ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ଘଟଣା,୫ ଘଣ୍ଟିଆ ଯଶୀପୁର ବନ୍ଦ ଡାକରା

କରଞ୍ଜିଆ ୨୩।୦୫: ଆଜି ୫ ଘଣ୍ଟିଆ ଯଶୀପୁର ବନ୍ଦ । ଗୋ-ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ପ୍ରତିବାଦରେ ଏହି ବନ୍ଦ ଡ଼ାକରା ଦିଆଯାଇଛି । ବିଜେପି ଓ ଗୋ-ରକ୍ଷକଙ୍କ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଖବର ଅନୁଯାୟୀ, ଗତ ୨୧ ତାରିଖ ଦିନ ୪୯ ନମ୍ବର ଜାତୀୟ ରାଜପଥ ବେଗୁନିଆ ଟୋଲ୍‌ ଗେଟ୍‌ ନିକଟରେ ଗୋ-ମାଫିଆଙ୍କ ଦ୍ୱାରା ଗୋ-ସୁରକ୍ଷାକାରୀଙ୍କୁ ଆକ୍ରମଣ କରାଯାଇଥିଲା । ଏପିରିକି ଗୁଳିମାଡ଼ ମଧ୍ୟ ହୋଇଥିଲା । ଯାହାକୁ ପ୍ରତିବାଦ କରି ଆଜି ବିଜେପି ଓ ଗୋ-ରକ୍ଷକଙ୍କ ତରଫରୁ ୫ ଘଣ୍ଟିଆ ଯଶୀପୁର ବନ୍ଦ ଡାକରା ଦିଆଯାଇଛି । ତେବେ ଏହି ବନ୍ଦରେ ଯଶୀପୁର ବଜାରରେ ପ୍ରେଟ୍ରୋଲ ଟାଙ୍କି ସମେତ ସମସ୍ତ ଜରୁରୀକାଳୀନ ସେବା ଗୁଡିକୁ ବାଦ୍‌ ଦିଆଯାଇଥିବା ବେଳେ ଦୋକାନ ବଜାର ବନ୍ଦ ରଖାଯାଇଛି । ସେହିପରି ଯଶୀପୁର ଦେଇ ଯାଇଥିବା ୪୯ ନଂ ଓ ୨୨୦ ନଂ ଜାତୀୟ ରାଜପଥକୁ କର୍ମୀ ମାନେ ଅବରୋଧ କରିଥିବାରୁ  ଗମନାଗମନ ସମ୍ପୂର୍ଣ୍ଣ ଠପ ହୋଇଛି ।