ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ଠିକ୍ ପୂର୍ବରୁ ବିଜେପି ନେତୃତ୍ଵାଧୀନ କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ପଡୋଶୀ ଦେଶରୁ ଆସି ଗୁଜରାଟରେ ରହୁଥିବା ସଂଖ୍ୟାଲଘୁଙ୍କୁ ମିଳିବ ନାଗରିକତା। କେନ୍ଦ୍ର ସରକାର ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସି ଗୁଜରାଟରେ ରହୁଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାରସି ଏବଂ ଖ୍ରୀଷ୍ଟିୟାନଙ୍କୁ ଭାରତୀୟ ନାଗରିକ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ନାଗରିକତା ଆଇନ, ୧୯୫୫ ଆଧାରରେ ଲାଗୁ କରାଯାଇଛି। ବିବାଦୀୟ ନାଗରିକତା ସଂଶୋଧନ ଅଧିନିୟମ, ୨୦୧୯(ସିଏଏ) ପରିବର୍ତ୍ତେ ନାଗରିକତା ଅଧିନିୟମ, ୧୯୫୫ ଅନୁଯାୟୀ ନାଗରିକତା ପ୍ରଦାନ କରାଯିବ। ଉଲ୍ଲେଖନୀୟ ସିଏଏ ଅନୁଯାୟୀ ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନରୁ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାରସି ଏବଂ ଖ୍ରୀଷ୍ଟିୟାନଙ୍କୁ ଭାରତୀୟ ନାଗରିକତା ଦେବାର ପ୍ରାବଧାନ ରହିଛି। କିନ୍ତୁ ଦେଶରେ ଏ ପର୍ଯ୍ୟନ୍ତ ସିଏଏ ଲାଗୁ ହୋଇ ନାହିଁ। ତେଣୁ ନାଗରିକତା ଆଇନ, ୧୯୫୫ ଅନୁଯାୟୀ ନାଗରିକତା ପ୍ରଦାନ କରାଯାଉଛି।
More Stories
ପୋଲିସ ଓ ଅବକାରୀ ବିଭାଗ ମିଳିତରେ ୨୪ ଶହରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ*
ଭତ୍ତା ଟଙ୍କା ଆଣିବାକୁ ଯାଇ ମୃତ୍ୟୁ ବରଣ କଲେ ବୃଦ୍ଧା*