ଭୁବନେଶ୍ୱର, ଜୁଲାଇ ୩୦ : ରାଜ୍ୟରେ କରୋନା ସଂକ୍ରମଣ ଦୋଳୀୟମାନ ସ୍ଥିତିରେ ରହିଥିବା ବେଳେ ଆଜି ସାମନ୍ୟ କମିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୫୫୮ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୯୦୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ବାକି ୬୫୪ ଟି ଲୋକାଲ୍ କେସ୍ ରହିଛି । ଆଜି ବି ସର୍ବାଧିକ ସଂକ୍ରମିତ ଖୋର୍ଦ୍ଧା ଜିଲ୍ଲାରୁ ହିଁ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୪୭୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି କଟକ ଜିଲ୍ଲାରୁ ୨୪୧ ଟି କେସ୍ ସାମ୍ନା କୁ ଆସିଛି । ଅନ୍ୟପଟେ ଆଜି ଅନୁଗୋଳ ରୁ ୮୦, ବାଲେଶ୍ୱରରୁ ୯୭, ଭଦ୍ରକ୍ରୁ ୪୨, ବରଗଡ ରୁ ୬, ବଲାଙ୍ଗୀରରୁ ୧୦, ବୌଦ୍ଧରୁ ୩, ଦେବଗଡରୁ ୯, ଢେଙ୍କାନାଳରୁ ୨୩, ଗଜପତିରୁ ୩, ଗଞ୍ଜାମରୁ ୭, ଜଗତସିଂହପୁରରୁ ୬୭, ଯାଯପୁରରୁ ୭୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡାରୁ ୭, କଳାହାଣ୍ଡିରୁ ୮, କନ୍ଧମାଳରୁ ୧୮, କେନ୍ଦ୍ରାପଡ଼ାରୁ ୩୫, କେନ୍ଦୁଝରରୁ ୧୪, କୋରାପୁଟରୁ ୨, ମାଲକାନାଗିରିରୁ ୫, ମୟୂରଭଞ୍ଜରୁ ୪୧, ନବରଙ୍ଗପୁରରୁ ୧୩, ନୟାଗଡ଼ରୁ ୨୫, ନୂଆପଡାରୁ ୨, ପୁରୀରୁ ୮୨, ରାୟଗଡାରୁ ୮, ସମ୍ବଲପୁରରୁ ୧୪, ସୁବର୍ଣ୍ଣପୁରରୁ ୮, ସୁନ୍ଦରଗଡ଼ରୁ ୨୮ ଓ ଷ୍ଟେଟପୁଲରୁ ୧୦୩ ଟି କେସ୍ ସାମ୍ନାକୁ ଆସିଛି । ଏମାନଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୭୫୬୯୦ ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ୍ କେସ୍ ୧୬୭୧୫ ରହିଛି ଓ ଏମାନଙ୍କ ମଧ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୨୦୩୯ ଜଣ ।
More Stories
ପୋଲିସ ଓ ଅବକାରୀ ବିଭାଗ ମିଳିତରେ ୨୪ ଶହରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ*
ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ।