Headlines Odisha Tv

An Odia News Portal

ଖାଉଛନ୍ତିକି ସୁଗାର ଫ୍ରି ଟାବଲେଟ ?

ନୂଆଦିଲ୍ଲୀ ୨୬/୦୩ : କିଛି କୃତ୍ରିମ ଚିନି ଜାତୀୟ ଉପାଦାନ ବା ସୁଗାର ଫ୍ରି ଟାବଲେଟ ଆମ ଶରୀର ପାଇଁ  ବହୁତ କ୍ଷତିକାରକ ହୋଇଥାଏ। ଏହା ଆମ ଶରୀରରେ କର୍କଟ ରୋଗ ହେବାର ସମ୍ଭାବନାକୁ ଅଧିକ ବଢ଼ାଇଦେଇ ପାରେ ବୋଲି ଏକ ବଡ଼ ଗବେଷଣାରୁ ଏହା ସାମ୍ନାକୁ ଆସିଛି। ଚିନି ବଦଳରେ ସାଧାରଣତଃ ଆମେ ଏହାକୁ ବ୍ୟବହାର କରୁ ଯାହାକି ଆମ ଶରୀରରେ ବିପଦକୁ ୧୩ ପ୍ରତିଶତ ବଢ଼ାଇ ଦେଇପାରେ।   ଫ୍ରେଞ୍ଚ ଇଣ୍ଟରନେସନାଲ ଇନିଷ୍ଟିଟିଉଟ ଅଫ ମେଡ଼ିକାଲ ରିସର୍ଚ୍ଚ ଓ ସରବନ ପାରିସ ନର୍ଡ ୟୁନିଭରସିଟିର ବିଶେଷଜ୍ଞମାନେ ଏକ ଗବେଷଣାରୁ ଜାଣିବାକୁ ପାଇଛନ୍ତିଯେ ଏହା ଦ୍ୱାରା ଶରୀରରେ ସ୍ତନ କର୍କଟ ଓ ମୋଟାପଣ ଜନିତ କର୍କଟ ରୋଗ ହେବାର ସମ୍ଭାବନା ବଢ଼ି ଯାଇଥାଏ।    ଏହି ଅଧ୍ୟୟନରେ ଏକ ଲକ୍ଷ ଦୁଇହଜାର ୮୬୫ ଜଣ ଫ୍ରାନ୍ସର ବୟସ୍କ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା ଯାହାକି ପିଏଲଓଏସ(PLOS) ମେଡିସିନ ପତ୍ରିକାରେ ପ୍ରକାଶ ପାଇଥିଲା । ଏହି ଅଧ୍ୟୟନରେ ଲୋକମାନେ ତାଙ୍କର ଚିକିତ୍ସା ବିବରଣୀ, ଜୀବନ ଶୈଳିର ଅଭ୍ୟାସ ଓ ଅନ୍ୟ ବିବରଣୀ ସମ୍ବନ୍ଧରେ ଜଣାଇଥିଲେ। ଗବେଷକମାନେ ସେମାନଙ୍କ ଖାଦ୍ୟାଭ୍ୟାସରେ ସୁଗାର ଫ୍ରି ଟାବଲେଟ କୃତ୍ରିମ ଚିନିଜାତୀୟ ଉପାଦାନ ଖାଉଥିବା ଜାଣିବାକୁ ପାଇଥିଲେ ଓ ସେମାନଙ୍କ ଶରୀରରେ କ୍ୟାନ୍ସର ରୋଗ ହେବାର ସମ୍ଭାବନା ରହିଛି ତାହା ପରୀକ୍ଷା କରିଥିଲେ। ଗବେଷଣାରୁ ଜଣା ପଡ଼ିଥିଲାଯେ ଲୋକମାନେ ଦିନକୁ ୭୯ ମିଲିଗ୍ରାମରୁ ଅଧିକ କୃତ୍ରିମ ଚିନି ଜାତୀୟ ଉପାଦାନବା ସୁଗାର ଫ୍ରି ଟାବଲେଟ ଖାଉଛନ୍ତି। ଯାହାକି ତାଙ୍କ ଶରୀରରେ ଅନ୍ୟ ଲୋକଙ୍କ ତୁଳନାରେ ଅଧିକ ୧୩ ପ୍ରତିଶତ କ୍ୟାନସର ହେବାର ସମ୍ଭାବନାକୁ ବଢ଼ାଇ ଦେଉଛି । ବୈଜ୍ଞାନିକମାନଙ୍କ ଅନୁସାରେ ଏହା ଦ୍ୱାରା ସ୍ତନ କର୍କଟ ଓ ମୋଟାପଣ ଜନିତ କର୍କଟ ରୋଗର ଅଧିକ ସମ୍ଭାବନା ରହିଛି । ବୈଜ୍ଞାନିକମାନେ କହିଛନ୍ତି “ଚିନି ବଦଳରେ ସୁଗାର ଫ୍ରି ଟାବଲେଟ ବ୍ୟବହାର କରିବାକୁ ଆମେ ସମର୍ଥନ କରୁନାହୁଁ  ଏହାଦ୍ୱାରା ହେଉଥିବା ଗୁରୁତର ସ୍ୱାସ୍ଥ୍ୟ ପ୍ରଭାବ ଓ ରୋଗ ବିଷୟରେ ନୂଆ ଓ ମହତ୍ତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରୁଛୁ ।