ଭୁବନେଶ୍ୱର, ସେପ୍ଟେମ୍ବର 24 : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ହେଉଥିବା ବେଳେ ଲୋକଙ୍କ ବେପରୁଆ କାର୍ଯ୍ୟ ପାଇଁ ପୁଣି ସଂକ୍ରମଣ ଅଧିକା ହେବାରେ ଲାଗୁଛି । ଏହାରି ଭିତରେ ରାଜଧାନୀ ଭୁବନେଶ୍ୱର କୋର୍ଟ ପରିସରରୁ କରୋନା ସଂକ୍ରମଣ ଚିହ୍ନଟ ହେବା କାରଣୁ କୋର୍ଟକୁ ୩ ଦିନ ପାଇଁ ସିଲ୍ କରିଛି ବିଏମସି ।
୧୫ଜଣ ଜୁଡିସିଆଲ କର୍ମଚାରୀଙ୍କ ସମେତ ଏକାଧିକ ଆଇନଜୀବୀ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ଆସନ୍ତା ୨୬ ତାରିଖ ଯାଏଁ କୋର୍ଟ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି । ଏହି ସୁଚନା ଦେଇଛନ୍ତି ବିଏମସି ସାଉଥ ଇଷ୍ଟ ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ।
ପରିସରରେ ଥିବା ବନ୍ଦୋବସ୍ତ କମିସନର ଓ ଓକିଲ ସଂଘ କାର୍ଯ୍ୟାଳୟ ବି ବନ୍ଦ ରହିବ । ୨୭ରେ ସବୁ କର୍ମଚାରୀଙ୍କ ଆରଟି-ପିସିଆର ଟେଷ୍ଟ ପାଇଁ ଶିବିର ଖୋଲିବ ବୋଲି କୁହାଯାଇଛି । ଭୁବନେଶ୍ୱର ଜୁଡିସିଆଲ କମ୍ପ୍ଲେକ୍ସକୁ ୩ଦିନ ପାଇଁ ସିଲ କଲା ବିଏମ୍ସି । ଆଜିଠାରୁ ୨୬ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ କମ୍ପ୍ଲେକ୍ସ ।
More Stories
ପୋଲିସ ଓ ଅବକାରୀ ବିଭାଗ ମିଳିତରେ ୨୪ ଶହରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ*
ଭତ୍ତା ଟଙ୍କା ଆଣିବାକୁ ଯାଇ ମୃତ୍ୟୁ ବରଣ କଲେ ବୃଦ୍ଧା*