Headlines Odisha Tv

An Odia News Portal

କୋରାପୁଟ ୨୦୨୪ ପୋରବ ଉଦ୍ଘାଟିତ, ପ୍ରତି ବ୍ଲକରେ ଆଣିଲେ ମସାଲ୍

କୋରାପୁଟ ୨୦୨୪ ପୋରବ ଉଦ୍ଘାଟିତ, ପ୍ରତି ବ୍ଲକରେ ଆଣିଲେ ମସାଲ୍
ବୈପାରିଗୁାଡ଼ା ୨୭/୧୦ (ହେ.ଓ.) କୋରାପୁଟ ଜିଲ୍ଲାପାଳ ଭୀ କିର୍ତ୍ତୀ ୱାସନଙ୍କ ସଭାପତିତ୍ତରେ ଚଳିତ ବର୍ଷ ୨୦୨୪ ପରବ ଉଦ୍ଘାଟନ ହୋଇଯାଇଛି । କୋରାପୁଟ ଜିଲ୍ଲା ଅଧିନସ୍ଥ ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ଦୁଧାରୀ ଗ୍ରାମର ମାଁ ମାଉଳି ମାଁ ମନ୍ଦିରରୁ ପ୍ରତ୍ୟେକ ବ୍ଲକରେ ମସାଲ୍ ଆଣିଥିବା ଜଣା ପଡ଼ିଛି । ଚଳିତ ବର୍ଷ ପୋରବ ଉଦ୍ଘାଟନ ମହସ୍ଚବରେ କୋରାପୁଟ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଉଲ୍ଲାକା ମୁଖ୍ୟ ଅଥିତି ଭାବେ ଯୋଗ ଦେଇଥିବାବେଳେ କୋରାପୁଟ ବିଧାୟକ ରଘୁରାମ ମାଛ , ଜୟପୁର ବିଧାୟକ ଶ୍ରଯୁକ୍ତ ତାରାପ୍ରସାଦ ବାହିନୀପତି , ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାନ୍ତା , ପୋଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ାମ , କୋଟପାଡ଼ ବିଧାୟିକା ରୁପୁଭାତ୍ରା , କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁସ୍ମିତା ମେଳେକା , ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଧାଗୋବିନ୍ଦ ସାମନ୍ତରାୟ ଯୋଗ ଦେଇଥିବା ଦେଖିବାକୁ ମିଳିଛି । କୋରାପୁଟ ଜିଲ୍ଲା ସେମିଳି ଗୁଡ଼ା ବ୍ଲକ ଅନ୍ତର୍ଗତ ଦୁଧାରି ଗ୍ରାମର ମାଁ ମାଉଳି ମାଁ ମନ୍ଦିରରେ ମସାଲ୍ ପୂଜାର୍ଚ୍ଚନା କରି ମସାଲ୍ ଶୋଭାଯାତ୍ରା ବାହାର କରିଥିଲେ ଏବଂ ସେଠାରୁ ନାଚ ଗୀତର ତାଳେ ତାଳେ ପୋରବ ମଞ୍ଚ ସ୍ଥାନରେ ପହଞ୍ଚି ପ୍ରଥମେ ପୋରବ ମହଶ୍ଚବର ପୋତାକା ଉତ୍ତଳନ କରିଥିଲେ । କୋରାପୁଟ ଜିଲ୍ଲାର ଲୋକ କଳା ଓ ସଂସ୍କୃତିକୁ ବଜେଇ ରଖିବା ତଥା ରିଞ୍ଜଡ଼ି , ଡୁଙ୍ଗ୍ ଡୁଙ୍ଗା , ଢେମ୍ସା , ଦୁରୁଆ ନାଚ , ଚୈତ ପୋରବ ଗୀତ , ଶାଇଲଡ଼ି , ପିତଳମହୁରୀ ବାଜା , ଖେଳ କୁଦ , ସହ ଅନେକ ପ୍ରକାରର ଗୀତ ଓ ବାଇଦ ନାଚ ଇତ୍ୟାଦି ଆଦିବାସୀ କଳାକୁ ଲୋକଳଚନକୁ ଆଣିବା ଏବଂ ପରମ୍ପରାକୁ ବଞ୍ଚେଇ ରଖିବା ପାଇଁ ଏହି ପୋରବକୁ ପାଳନ କରାଯାଉଥିବା ଜଣା ପଡ଼ିଛି । ଏହି ପୋରବ ମୋହସ୍ଚବରେ କୋରାପୁଟ ଜିଲ୍ଲା ପ୍ରଶାସନ , କୋରାପୁଟ ଜିଲ୍ଲାର ଚଉଦ ଗୋଟି ବ୍ଲକ ପ୍ରଶାସନ ସମେତ ମୁନିସ୍ ପାଲ୍ଟି ଓ ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷା , ଉପାଧ୍ୟକ୍ଷ ଉପାଧକ୍ଷ୍ୟା , ସରପଞ୍ଚ , ସମିତି ସଭ୍ୟ ସଭ୍ୟା , ନାଏବ ସରପଞ୍ଚ, ୱାର୍ଡ ମେମ୍ବରଙ୍କ ଉତ୍ସାହିତ କରିବା ସହ ବହୁ ପରିମାଣରେ ଲୋକ ଯୋଗଦେଇଥିଲେ ।