Headlines Odisha Tv

An Odia News Portal

କଟକ ପାଇଁ ୩୨ ପ୍ଲାଟୁନ ଫୋର୍ସ ନିୟୋଜିତ

କଟକ, ଅକ୍ଟୋବର ୧୫ : ଆସନ୍ତାକାଲି ଭସାଣ ଉତ୍ସବ ବା ଜଗତଜନନୀ ମା ଦୁର୍ଗା ବିଦାୟ ନେବେ । ଆସନ୍ତାକାଲି ଭସାଣି ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କଟକରେ ଭସାଣି ପାଇଁ ୩୨ ପ୍ଲାଟୁନ ଫୋର୍ସ ମୁତୟନ ହେବେ ।  ୬ଟି ସ୍ଥାନରେ ବିସର୍ଜନ ପାଇଁ ବ୍ୟବସ୍ଥା କରାଯାଇଛି । ସେହିପରି ସନ୍ଧ୍ୟା ସୁଦ୍ଧା ବିସର୍ଜନ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ମେଢଗୁଡିକ ପାଇଁ ରୁଟ୍ ଚାର୍ଟ ସ୍ଥିର ହୋଇଛି । ତେବେ ଭସାଣ ପାଇଁ ୩୨ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ ହେବେ । ଏନେଇ କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । 

ତେବେ ଭସାଣ ସମୟରେ କୋଭିଡ କଟକଣା ମାନିବାକୁ ବାଧ୍ୟତାମୂଳକ କରାଯାଇଛି । ଭସାଣି ସମୟରେ ବେଶି ଲୋକ ଏକାଠି ହେବେ ନାହିଁ । ଯେଉଁ ମାନେ ଡବଲ ଡୋଜ ଟିକା ନେଇଥିବା ଏବଂ କୋଭିଡ ରିପୋର୍ଟ ନେଗେଟିଭ ଆସିଥିବ ସେମାନେ ହିଁ ଭସାଣ ଉତ୍ସାବରେ ସାମିଲ ହୋଇପାରେ । ସମସ୍ତେ ମାସ୍କ ଓ ସାନିଟାଇଜର ବ୍ୟବହାର କରିବେ । ଏନେଇ ପୋଲିସ ସମସ୍ତଙ୍‌କ ଉପରେ କଡା ନଜର ରଖିବ ।