Headlines Odisha Tv

An Odia News Portal

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା

ଭୁବନେଶ୍ୱର, ଅକ୍ଟୋବର ୧୩ : ଉତ୍ତର ଆଣ୍ଡାମାନ ସାଗର ଏବଂ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ କ୍ଷେତ୍ର ଏବେ ମଧ୍ୟ ସକ୍ରୀୟ ରହିଛି । ବର୍ତ୍ତମାନ ସମୁଦ୍ର ପତ୍ତନଠାରୁ ୪.୫ କିଲୋମିଟର ପର୍ଯ୍ୟନ୍ତ ବିସ୍ତାର ହୋଇଛି। ଏହି ଘୁର୍ଣ୍ଣିବଳୟ ପ୍ରଭାବରେ, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରର ପୂର୍ବ-ମଧ୍ୟଭାଗ ଏବଂ ଉତ୍ତର ଆଣ୍ଡାମାନ ସାଗରରେ ଲାଗିଥିବା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି । ତେବେ ଏହା ।ଧିକ ଘନିଭୁତ ହୋଇ ଏକ ଅବପାତରେ ପରିଣତ ହେବାର ପୂର୍ବାନୁମାନ କରି ଭାରତ ପାଣିପାଗ ବିଭାଗ ସମସ୍ତ ଜିଲ୍ଲାର ଜିଲ୍ଲା ପ୍ରଶାସନିକ ମୁଖ୍ୟଙ୍କ ପାଇଁ ଏକ ସତର୍କ ସୂଚନା ଜାରି କରିଛି।

ଅପବାତରେ ପରିଣତ ହେବା ପରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଯାଇ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପହଞ୍ଚିବା ସମ୍ଭାବନା ରହିଛି। ଆଗାମୀ ପାଞ୍ଚ ଦିନ ପାଇଁ ସମଗ୍ର ରାଜ୍ୟ ପାଇଁ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପୂର୍ବାନୁମାନ ଏବଂ ଚେତାବନୀ ଜାରି କରିଛି। ବୁଲେଟିନ୍ ଅନୁଯାୟୀ, ଅକ୍ଟୋବର ୧୫ ପର୍ଯ୍ୟନ୍ତ ଓଡିଶା ପାଇଁ କୌଣସି ଚେତାବନୀ ଦିଆଯାଇ ନାହିଁ। ତଥାପି ଏହି ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ହାଲୁକା ରୁ ମଧ୍ୟମ ବର୍ଷା ଏବଂ ବଜ୍ରପାତର ପୂର୍ବାନୁମାନ କରାଯାଇଛି। ଅକ୍ଟୋବର ୧୫ ରୁ ଅକ୍ଟୋବର ୧୭ ମଧ୍ୟରେ, ପାଣିପାଗ ବିଭାଗ ଅନେକ ଜିଲ୍ଲା ପାଇଁ ହଳଦିଆ ଚେତାବନୀ ଜାରି କରିଛି ।