Headlines Odisha Tv

An Odia News Portal

ଆଜି ନାମାଙ୍କନ ପତ୍ର ଦାଖଲ ର  ଚତୁର୍ଥ ଦିନ । ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲାର ତିନି ପ୍ରମୁଖ ଦଳର ବହୁତ ହେବିଓ୍ବେଟ ନେତା ନାମାଙ୍କନ ପତ୍ର ଦାଖଲ କରିଛନ୍ତି

ଆଜି ନାମାଙ୍କନ ପତ୍ର ଦାଖଲ ର ଚତୁର୍ଥ ଦିନ । ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲାର ତିନି ପ୍ରମୁଖ ଦଳର ବହୁତ ହେବିଓ୍ବେଟ ନେତା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିରାଟ ଶୋଭାଯାତ୍ରାରେ ତିନି ଦଳର ନେତାମାନେ ନିଜ ସମର୍ଥକ ଙ୍କ ସହିତ କେନ୍ଦ୍ରାପଡା ଜିଲ୍ଲାପାଳ ଙ୍କ ଅଫିସ ନିକଟରେ ପହଞ୍ଚି ଜଣଙ୍କ ପରେ ଜଣେ ନାମାଙ୍କନ ପତ୍ର ଦାଖଲ କରିଥିଲେ । କେନ୍ଦ୍ରାପଡା ର ସାଂସଦ ପ୍ରାର୍ଥୀ ଭାବେ ବିଜେପି ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ ବିଜେଡିର ସାଂସଦ ପ୍ରାର୍ଥୀ ଭାବେ ଅଂଶୁମାନ ମହାନ୍ତି ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେହିପରି ମହାକାଳପଡ଼ା ର ବିଜେପି ବିଧାୟକ ପ୍ରାର୍ଥୀ ଡ଼ ଦୁର୍ଗା ପ୍ରଶନ୍ନ ନାୟକ , ବିଜେଡି ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ , ପାଟକୁରା ର ବିଜେଡି ବିଧାୟକ ପ୍ରାର୍ଥୀ ଅରବିନ୍ଦ ମହାପାତ୍ର , କଂଗ୍ରେସ ଵିଧାୟକ ପ୍ରାର୍ଥୀ ରତିକାନ୍ତ କାନୁନଗୋ , ବିଜେଡିର କେନ୍ଦ୍ରାପଡା ବିଧାୟକ ପ୍ରାର୍ଥୀ ଗଣେଶ୍ବର ବେହେରା , ରାଜନଗର ବିଜେଡିର ବିଧାୟକ ପ୍ରାର୍ଥୀ ଧୃବ ସାହୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ସ୍ବାଧୀନ ଭାବେ ଜଣେ ସାଂସଦ ଏବଂ ଜଣେ ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ପରେ ବିଜେଡିର ପ୍ରାର୍ଥୀ ମାନେ ନବୀନ ପଟ୍ଟନାୟକ ସରକାର ରେ ରାଜ୍ୟ ର ଉନ୍ନତି କଥା କହି ଲୋକ ମାନଙ୍କ ସମର୍ଥନ ଆଣିବାକୁ ଚେଷ୍ଟା କରିବେ ବୋଲି କହିଥିବା ବେଳେ ବିଜେପି ର ପ୍ରାର୍ଥୀ ମାନେ ମୋଦି ଗ୍ଯାରେଣ୍ଟିକୁ ନେଇ ଲୋକମାନଙ୍କ ସମର୍ଥନ ଆଣିବେ ବୋଲି କହିଛନ୍ତି । କଂଗ୍ରେସ ର ପ୍ରାର୍ଥୀ କିନ୍ତୁ ବିଜେଡି ବିଜେପି ଭାଇ ଭାଇ କଂଗ୍ରେସ ଏକମାତ୍ର ବିକଳ୍ପ ବୋଲି କହି ଲୋକମାନଙ୍କ ସମର୍ଥନ ଆଣିବେ ବୋଲି ଆଶା ରଖିଛନ୍ତି ।