ନୂଆଦିଲ୍ଲୀ, ନଭେମ୍ବର ୨୮: କାୟା ମେଲାଇବା ଆରମ୍ଭ କରିଛି ଓମିକ୍ରନ୍ । ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କରୋନା ଭୂତାଣୁର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ ଏବେ ଅଷ୍ଟ୍ରେଲିଆରେ ମଧ୍ୟ ଚିହ୍ନଟ ହୋଇସାରିଲାଣି । ଆଜି ଅଷ୍ଟ୍ରେଲିଆରେ ପ୍ରଥମ କରି ଓମିକ୍ରନ୍ ଭ୍ୟାରିଆଣ୍ଟଚିହ୍ନଟ ହୋଇଛି । ଦକ୍ଷିଣ ଆଫ୍ରିକାରୁ ସିଡନ୍ୀ ଫେରିଥିବା ୨ ଯାତ୍ରୀ ଆଜି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ଭ୍ୟାରିଆଣ୍ଟ ଟେଷ୍ଟ କରାଇବା ପରେ ସେମାନେ ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି ।
ଯାହାପରେ ଏବେ ଅଷ୍ଟ୍ରେଲିଆରେ ହାଇ ଆଲର୍ଟ ଜାରି କରାଯାଇଛି । ଓମିକ୍ରନ୍ ଭ୍ୟାରିଆଣ୍ଟ ଦ୍ୱାରା ପଜିଟିଭ୍ ଚିହ୍ନଟ ହୋଇଥିବା ୨ ଯାତ୍ରୀଙ୍କୁ ଏବେ ଆଇସୋଲେସନ୍ ରେ ରଖାଯାଇଥିବା ବେଳେ ସେମାନଙ୍କ ଲକ୍ଷଣ ଓ ସ୍ୱାସ୍ଥ୍ୟବସ୍ଥାକୁ ନେଇ ପରୀକ୍ଷା ଜାରି ରହିଥିବା ଜଣାପଡିଛି ।
More Stories
ପୋଲିସ ଓ ଅବକାରୀ ବିଭାଗ ମିଳିତରେ ୨୪ ଶହରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ*
ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ।