ଭୁବନେଶ୍ୱର, ଜୁଲାଇ ୧୯ : ଚଳିତ ମାସ ଶେଷ ସୁଦ୍ଧା ଟୋକିଓ ଅଲିମ୍ପିକ୍ସରେ ପଦକ ବିଜେତାମାନଙ୍କ ପାଇଁ ଓଡିଶା ଅଲିମ୍ପିକ୍ ଆସୋସିଏସନ୍ (ଓଓଏ) ନଗଦ ପୁରସ୍କାର ଘୋଷଣା କରିଛି। ଘୋଷଣା ଅନୁଯାୟୀ, ଜଣେ ଆଥଲେଟ୍ ଯଦି ସ୍ୱର୍ଣ୍ଣ ପଦକ ବିଜୟୀ ହୁଅନ୍ତି ତେବେ ତାଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ମିଳିବ । ସେହିଭଳି ରୌପ୍ୟ ବିଜେତାଙ୍କୁ ୩ ଲକ୍ଷ ଟଙ୍କା ଥିବାବେଳେ ବ୍ରୋଞ୍ଜ ବିଜେତାଙ୍କୁ ୧ ଲକ୍ଷ ଟଙ୍କା ମିଳିବ। ଜୁଲାଇ ୨୩ ରୁ ଆରମ୍ଭ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ଓଡିଶାର ପ୍ରାୟ ୬ ଜଣ ଖେଳାଳିଙ୍କୁ ଚୟନ କରାଯାଇଛି ଏବଂ ଏହା ଅଗଷ୍ଟ ୮ ପର୍ଯ୍ୟନ୍ତ ଚାଲିବ। ଖେଳାଳିଙ୍କୁ ପ୍ରୋତ୍ସାହନ ତଥା ଉନ୍ନତି କରିବା ପାଇଁ ପୁରସ୍କାର ଘୋଷଣା କରାଯାଇଛି ବୋଲି ଆସୋସିଏସନ୍ ପକ୍ଷରୁ କୁହାଯାଇଛି । ଏହି ମେଗା ଇଭେଣ୍ଟରେ ଭାଗ ନେଉଥିବା ୬ ଜଣ କ୍ରୀଡ଼ାବିତ୍ ହେଉଛନ୍ତି ବିରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ (ପୁରୁଷ ହକି); ଦୀପ ଗ୍ରେସ୍ ଏକ୍କା, ନମିତା ଟପ୍ପୋ (ମହିଳା ହକି); ଦୂତି ଚାନ୍ଦ (ବ୍ୟକ୍ତିଗତ ୧୦୦ ମିଟର ଏବଂ ୨୦୦ ମିଟର) ଏବଂ ପ୍ରମୋଦ ଭାଗବତ (ପାରାଲିମ୍ପିକ୍ସ) । ତେବେ ଏହାପୂର୍ବରୁ ଓଡିଶା ସରକାର ସ୍ୱର୍ଣ୍ଣ ବିଜେତାଙ୍କ ପାଇଁ ୬ କୋଟି ଟଙ୍କା ନଗଦ ପୁରସ୍କାର ଘୋଷଣା କରିଛନ୍ତି। ସେହିପରି ରୂପା ଏବଂ ବ୍ରୋଞ୍ଜ ପଦକ ବିଜେତାମାନଙ୍କ ପାଇଁ ନଗଦ ପୁରସ୍କାର ଯଥାକ୍ରମେ ୪ କୋଟି ଏବଂ ୨.୫ କୋଟି ଟଙ୍କା ମିଳିବ ।
More Stories
ପୋଲିସ ଓ ଅବକାରୀ ବିଭାଗ ମିଳିତରେ ୨୪ ଶହରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ*
ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ।