ଫୁଲବାଣୀ ୨୦।୦୪ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଅବକାରୀ ବିଭାଗର ଅତର୍କିତ ଚଢାଉ । ୧୫ କ୍ୱିଣ୍ଟାଲ୍ରୁ ଅଧିକ ମହୁଲ ଜବତ ହୋଇଛି । ଏହାସହିତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଖବର ଅନୁଯାୟୀ, ବାଲିଗୁଡ଼ା ଥାନା ମହାସିଙ୍ଗ ଗାଁରେ ସନ୍ତୋଷ ପାଣିଗ୍ରାହୀ ମହୁଲ କାରବାର କରୁଥିବା ନେଇ ସୂଚନା ମିଳିଥିଲା । ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ କ୍ରମେ ଅବକାରୀ ନିରୀକ୍ଷକଙ୍କ ନେତୃତ୍ୱରେ ଏକ ଟିମ୍ ଚଢାଉ କରିଥିଲା । ଏହି ଚଢାଉରେ ସନ୍ତୋଷ ପାଣିଗ୍ରାହୀଙ୍କୁ ଗିରଫ କରିବା ସହ ୧୫ କ୍ୱିଣ୍ଟାଲ୍ରୁ ଅଧିକ ମହୁଲ ଜବତ ହୋଇଛି । ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଚ ଚାଲାଣ କରାଯାଇଛି ।
More Stories
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ
ଲଗାଣ ବର୍ଷାରେ ଭାଙ୍ଗିଲା ୧୫ରୁ ଅଧିକ ଘର,କ୍ଷତିଗ୍ରସ୍ତ ପରିବାରଙ୍କୁ ରନ୍ଧାଖାଦ୍ୟ ବଣ୍ଟନ