ବାଲେଶ୍ୱର ୨୫/୦୬: ଆକ୍ସନ ମୁଡରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ଗତ କିଛି ଦିନ ହେବ ସେ ବିଭିନ୍ନ ଜିଲ୍ଲା ବୁଲି ପାଠପଢା ତଦାରଖ କରିବା ସହ ଛାତ୍ରଛାତ୍ରୀଙ୍କ ସମସ୍ୟା ପଚାରି ବୁଝୁଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାସ । ଆଜି ମନ୍ତ୍ରୀ ଅଚାନକ ବାଲେଶ୍ବର ଜିଲ୍ଲା ଗସ୍ତ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ଜିଲ୍ଲା ଗସ୍ତ କରି ବିଭିନ୍ନ ସ୍କୁଲ ବୁଲି ଦେଖିଛନ୍ତି । ତେବେ ବାଇକରେ ବସି ବିଭିନ୍ନ ସ୍କୁଲ ବୁଲିଛଲେ ମନ୍ତ୍ରୀ । ଏହି ସମୟରେ ସେ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । କେମିତି ଚାଲିଛି ପାଠପଢା ସେ ବିଷୟରେ ବି ତଦାରଖ କରିଥିଲେ । ଏହାସହ ସ୍କୁଲର ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଛନ୍ତି । ସୂଚନା ଥାଉକି, ଏଇ ନିକଟରେ କେନ୍ଦୁଝର ଜିଲ୍ଲା ଗସ୍ତ କରିଥିଲେ ମନ୍ତ୍ରୀ । ତେବେ ବାଟରେ ଯାଉଥିବା ଏକ ସ୍କୁଲ ବସ୍କୁ ଅଟକାଇଥିଲେ । କାରଣ ବସରେ କ୍ଷମତା ଠାରୁ ଅଧିକ ଛାତ୍ରଛାତ୍ରୀ ଯାଉଥିଲେ । ସେଥିପାଇଁ ବସକୁ ଅଟକାଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କଡା ତାଗିଦ୍ କରିଥିଲେ ।
More Stories
କୋରାପୁଟ ୨୦୨୪ ପୋରବ ଉଦ୍ଘାଟିତ, ପ୍ରତି ବ୍ଲକରେ ଆଣିଲେ ମସାଲ୍
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ